Advertisment

ମିଶନ ଶକ୍ତି BPCଙ୍କୁ ଆକ୍ରମଣ ଘଟଣାରେ ୫ ଅଟକ; ମୁଖ୍ୟ ଅଭିଯୁକ୍ତ ଫେରାର

ଗତ ୧୦ ତାରିଖ ସନ୍ଧ୍ୟାରେ ଅଶୋକ ଦୋରା ଓ ତାଙ୍କ ସମର୍ଥକ ମାନେ ବିପିସିଙ୍କୁ ଆକ୍ରମଣ କରିଥିଲେ।

author-image
Tapaswini Nayak
police station

police station

ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅଫିସ ଭିତରେ ମିଶନ ଶକ୍ତିର ବିପିସି ନିର୍ମଳ ପ୍ରଧାନଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୁଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୁଡଭେଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା ଫେରାର ଅଛି।

Advertisment

ଗତ ୧୦ ତାରିଖ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟରେ ଭିତରେ ବସିଥିଲେ ନିର୍ମଳ। ଏହି ସମୟରେ ଅଶୋକ ଦୋରା ଓ ତାଙ୍କ ସମର୍ଥକ ଭିତରକୁ ପଶିଆସି ବିପିସିଙ୍କୁ ଆକ୍ରମଣ କରିଥିଲେ। ଏନେଇ ତୁଷୁରା ଥାନାରେ ଅଭିଯୋଗ କରିଥିଲେ ବିପିସି। ଏସଏଚଜି ଗ୍ରୁପର ଲୋନ୍ ଟଙ୍କା ଦେଣନେଣକୁ ନେଇ
ଗଣ୍ଡଗୋଳ ହୋଇଥିବା ଜଣାପଡିଥିଲା। 

ପୁଲିସ ବିପିସିଙ୍କ ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଗତକାଲି ଅଶୋକଙ୍କ ୫ଜଣ ସମର୍ଥକ ଉଠାଇ ଆଣି ପଚରାଉଚରା କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶୋକ ଦୋରାଙ୍କୁ ପୁଲିସ ଧରିବାକୁ ଉଦ୍ୟମ ଚଳାଇଛି।

Advertisment
Bolangiri