Advertisment

ପରକିୟା ପ୍ରୀତିରୁ ଗଡ଼ିଲା ୫ ମୁଣ୍ଡ; ମହିଳା ଓ ୨ ଶିଶୁଙ୍କୁ ନେଇ ଅଭିଯୁକ୍ତ ଫେରାର

ଗତ ରାତିରେ ରକ୍ତ ରଞ୍ଜିତ ହୋଇଛି ସୁନ୍ଦରଗଡ଼। ପରକିୟା ପ୍ରୀତିରୁ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଛି ଭୟଙ୍କର ସଂଘର୍ଷ । ଗଡ଼ିଛି ୫ ମୁଣ୍ଡ ।

author-image
Niharika Rout
ଅଦ୍ୟତନ ହୋଇଛି
Medical

Medical

ଗତ ରାତିରେ ରକ୍ତ ରଞ୍ଜିତ ହୋଇଛି ସୁନ୍ଦରଗଡ଼। ପରକିୟା ପ୍ରୀତିରୁ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଛି ଭୟଙ୍କର ସଂଘର୍ଷ । ଗଡ଼ିଛି ୫ ମୁଣ୍ଡ । ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ଜଣାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳର ଗୀତାପଡ଼ାରେ ଘଟିଛି ଏହି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ।

Advertisment

ଏହି ଘଟଣାରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଚଳାଇଥିବା ବେଳେ, ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ମିଳିଛି।

ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଥିବା ବେଳେ, ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଞ୍ଚିଛନ୍ତି।

Advertisment

ଗତ କିଛି ମାସ ହେଲା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅବିନାଶ ପାୱାରର ପ୍ରଥମ ପତ୍ନୀ ନିଜ ସ୍ୱାମୀ ଓ ପୁଅକୁ ଛାଡ଼ି ଅନ୍ୟ କାହା ସହିତ ପଳାଇଥିଲେ। ଏହାପରେ ଅବିନାଶ ଆଉ ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ବି ଦୁଇ ସନ୍ତାନ ଅଛନ୍ତି। ତେବେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପୂର୍ବ ପରିବାର ସହ ପୂର୍ବରୁ ଝଗଡ଼ା ଲାଗି ରହୁଥିଲା। 

ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ ୪ ଜଣ ଆସି ଅତର୍କିତ ଭାବେ ଅବିନାଶଙ୍କ ପରିବାର ସଦସ୍ୟଙ୍କୁ ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ। ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଆହତ ହୋଇଛନ୍ତି । ଆଖି ପିଛୁଳାକେ ରକ୍ତର ହୋଲଇ ଖେଳିବା ପରେ ଆକ୍ରମଣକାରୀମାନେ ଅବିନାଶଙ୍କ ଦ୍ୱିତୀୟ ପତ୍ନୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ।

ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ପଶ୍ଚିମାଞ୍ଚଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଆକ୍ରମଣକାରୀମାନେ ଅପର ଯାଯାବର ଗୋଷ୍ଠୀର ବୋଲି ଅବିନାଶ ବୋଲି ପୁଲିସ୍‌ ସମ୍ମୁଖରେ କହିଛନ୍ତି। 

ବର୍ତ୍ତମାନ ଦୁଇଟି ପୁଲିସ ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି । ଚାରି ପ୍ଲାଟୁନ ପୁଲିସ୍‌ ଫୋର୍ସ  ଘଟଣାର ଛାନଭିନ କରୁଛି।

Murder Sundargarh Love Betrayal