Advertisment

ଧରାପଡ଼ିଲା ୫ ବନ୍ଧୁକ ସାଙ୍ଗକୁ ୫୦ ରାଉଣ୍ଡ ଗୁଳି, କଟକରେ ଅପରାଧ ଘଟାଇବାକୁ ଚାଲିଥିଲା ଷଡଯନ୍ତ୍ର

ଏମାନଙ୍କ ମଧ୍ୟରୁ ଏକାଧିକ ଧଳ ସାମନ୍ତ ଗୋଷ୍ଠୀର ସଦସ୍ୟ। ଘଟଣାର ଅଧିକ ଖୋଳତାଡ଼ ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ।

ଅଦ୍ୟତନ ହୋଇଛି
gun

gun

Advertisment

କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମ ପଞ୍ଝାରେ ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ। ସେମାନଙ୍କ ଠାରୁ ଜବତ ହୋଇଛି ୫ ବନ୍ଧୁକ ସାଙ୍ଗକୁ ୫୦ ରାଉଣ୍ଡ ଜୀବନ୍ତ ଗୁଳି। ଏହି କାରବାରରେ ବ୍ୟବହାର ହେଉଥିବା ଗୋଟିଏ କାର, ୨ଟି ବାଇକକୁ ଜବତ କରାଯାଇଛି। ଅଭିଯୁକ୍ତମାନେ କଟକ ସହରରରେ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ଏହି ବନ୍ଧୁକ କାରବାର ଚଳାଇଥିଲେ। ଏନେଇ ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ବାଲି ବେପାରୀ, ଠିକାଦାରୀ, ମାଲ ପରିବହନ ବ୍ୟବସାୟୀଙ୍କ ସମେତ ଛୋଟବଡ଼ ଅପରାଧରେ ସକ୍ରିୟ ଥିବା ଅସମାଜିକମାନଙ୍କୁ ଏହି ଅଭିଯୁକ୍ତମାନେ ବେଆଇନ ବନ୍ଧୁକ ଓ ଗୁଳି ଯୋଗାଇ ଦେଉଥିଲେ। ସମସ୍ତ ଗିରଫ ଅଭିଯୁକ୍ତଙ୍କ ନାଁ’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଏକାଧିକ ଧଳ ସାମନ୍ତ ଗୋଷ୍ଠୀର ସଦସ୍ୟ। ଘଟଣାର ଅଧିକ ଖୋଳତାଡ଼ ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ।

ଧରାପଡ଼ିଥିବା ୫ ଅଭିଯୁକ୍ତ ହେଲେ ସତ୍ୟଜିତ ଜେନା ଓରଫ କାଳିଆ, ଦୁର୍ଗା ଦାସ, ଏମଡି ରହିମ, ଏସ.କେ ୱାସୀମ, ଆସିଫ ସାମଲ। ଏମାନେ କଟକରେ ରହି ଏହି ବେଆଇନ ବନ୍ଧୁକ ଓ ଗୁଳି କାରବାର ଚଳାଇଥିଲେ। ଏମାନେ କଟକ ଜିଲ୍ଲା ତଥା ଅବିଭକ୍ତ କଟକ ଜିଲ୍ଲାରେ ବିଭିନ୍ନ ଅପରାଧରେ ଜଡ଼ିତ। ଏମ.ଡି. ରହିମ, ଏସ.କେ. ୱାସିମ୍ ଧଳ ସାମନ୍ତ ଗୋଷ୍ଠୀର ସକ୍ରିୟ ସଦସ୍ୟ। ଅଭିଯୁକ୍ତଙ୍କ ଭିତରୁ ଅନେକଙ୍କ ଘର କଟକ ଓ ଜଗତସିଂହପୁର ଜିଲ୍ଲାରେ। ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Advertisment

ଏହି କାରବାରରେ ସମ୍ପୂର୍ଣ୍ଣ ବ୍ରେକ ଲଗାଇବା ପାଇଁ ପୁଲିସ ତାହାର ସ୍ୱତନ୍ତ୍ର ଡ୍ରାଇଭ ଜାରି ରଖିଛି। ଆଗାମୀ ଦିନରେ ଏହାକୁ ଜୋରଦାର କରାଯିବ ବୋଲି ଡିସିପି ସ୍ପଷ୍ଟ କରିଦେଇଛନ୍ତି।

Cuttack Crime Gun Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe