Advertisment

ଶିମିଳିପାଳରେ ଶିକାର ପାଇଁ କରୁଥିଲେ ଯୋଜନା; ମାଡ଼ି ବସିଲା ବନ ବିଭାଗ

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ।

Hunters

Hunters

Advertisment

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ। ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଗତ କିଛି ମାସ ହେଲା ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ପୁଣି ୫ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ଜାଲ, ଫାସ,ଦୁଇଟି ଟାଙ୍ଗିଆ,କାତି , ଛୁରୀ, ଧନୁତୀର, ଗୋଟିଏ ସମ୍ବର ଓ ହରିଣ ଶିଙ୍ଗ ଜବତ୍ କରିଛି ବନବିଭାଗ।ୟ

Advertisment

ଗତକାଲି ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରେ ଶିକାର କରିବା ପାଇଁ ଯୋଜନା କରୁଥିବାବେଳେ ମାଡ଼ି ବସିଥିଲା ବନ ବିଭାଗ। ୫ଜଣ ଶିକାରୀକୁ ଗିରଫ କରାଯାଇ ଯଶୀପୁରରେ ଥିବା ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ବନବିଭାଗ।

ସୂଚନାଯୋଗ୍ୟ, କିଛି ଦିନତଳେ ଶିମିଳିପାଳ ଅଭୟାରଣ୍ୟରୁ ୨୧ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଥିଲା ୧୬୫ ଦେଶୀ ବନ୍ଧୁକ । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଥିଲା।

Advertisment
Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe