Advertisment

କେନ୍ଦୁଝରରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୫ ଶିକାରୀ ଗିରଫ

ଏହି ଶିକାରୀମାନେ ବାର୍‌ହା ଶିକାର କରିବା ପାଇଁ ବିଦ୍ୟୁତ୍ ପ୍ରବାହିତ ତାର ବିଛାଇ ଥିଲେ।

Accused

Accused

Advertisment

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଭାଡ଼ିମରା ଗାଁ ପାଖରେ ଗତକାଲି ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ୫ ଜଣ ଶିକାରୀଙ୍କୁ ଗିରଫ କରିଛି।

Advertisment

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି- ରୁଗୁଡ଼ି ଗାଁର ସନ୍ତୋଷ ମୁଣ୍ଡା, ଜନସନପୁର ଗାଁର ମିଥୁନ ପଧାନ, ପୁଟରୁ ପଧାନ, ସୁଦର୍ଶନ ମୁଣ୍ଡା ଓ ଜିତୁ ମୁଣ୍ଡା। ଆଜି ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯାଇଥିଲା।

ଏହି ଶିକାରୀମାନେ ବାର୍‌ହା ଶିକାର କରିବା ପାଇଁ ବିଦ୍ୟୁତ୍ ପ୍ରବାହିତ ତାର ବିଛାଇ ଥିଲେ। ଘଟଣାସ୍ଥଳରୁ ପ୍ରାୟ ୧ କିଲୋମିଟର ଦୂରରେ ଜଙ୍ଗଲ ମଝିରେ ଥିବା ଏକ ୧୧ କେଭି ବିଦ୍ୟୁତ୍ ତାରରେ ହୁକ ପକାଇ ସେମାନେ ବିଦ୍ୟୁତ୍ ସଂଯୋଗ କରିଥିଲେ। ବାର୍‌ହା ଶିକାର କରିବା ପାଇଁ ସେମାନେ ଶୁଖିଲା କାଠ ଓ କାଚ ବୋତଲ ସାହାଯ୍ୟରେ କେମିତି ସେଠାରେ ବିଦ୍ୟୁତ୍ ତାର ବିଛାଇଥିଲେ, ତା’ର ଡେମୋ କରି ଆଜି ଦେଖାଇଥିଲେ।

Advertisment

ସେମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ୍ ପ୍ରବାହିତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିବା ପରେ ସେମାନେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରୁ ସେମାନେ ତାରଗୁଡ଼ିକୁ ବାହାର କରି ଦେଇଥିଲେ। କାଚ ବୋତଲଗୁଡ଼ିକୁ ମଧ୍ୟ ନେଇଯାଇଥିଲେ। ତେବେ ଘଟଣାସ୍ଥଳରେ କିଛି କାଠ ଖୁଣ୍ଟ ପୋତାଯାଇ ଥିବା ଦେଖିବାକୁ ମିଳିଥିଲା। ତାର ଗୁଡ଼ିକୁ ସେମାନେ ରୁଗୁଡ଼ି କଲୋନୀ ସାହି ପୋଖରୀରେ ପକାଇ ଦେଇଥିଲେ। ଉକ୍ତ ବିଦ୍ୟୁତ୍ ତାର ଓ କାଚ ବୋତଲ ଗୁଡ଼ିକୁ ବନ ବିଭାଗ ଜବତ କରିଛି।

ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe