Advertisment

ଘରେ ପଶିଲେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ

ଘର ଭିତରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏସବୁ କାହିଁକି ହେଲା? କେମିତି ହେଲା? ବୁଝିବା ଆଗରୁ ସବୁକିଛି ସରି ଯାଇଥିଲା। ପରିବାର ଲୋକେ ଏନେଇ ଥାନାକୁ ଖବର ଦେଇଥିଲେ।

Bhadrak

Bhadrak

Advertisment

ଘରେ ପଶିଲେ। ସଂଘବଦ୍ଧ ଭାବେ ଆକ୍ରମଣ କଲେ। ହାବୁଡ଼ରେ ଯାହାକୁ ପାଇଲେ, ତାକୁ ମାରଣାସ୍ତ୍ରରେ ଆକ୍ରମଣ କଲେ। ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ୫ ଜଣ ଗୁରୁତର ଆହତ ହୋଇ ଭଦ୍ରକ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

ଆଗରପଡା ଥାନା କାଦବରାଙ୍ଗ ପଞ୍ଚାୟତ ରାଣୀପୁରରେ ରାଜା ନାୟକଙ୍କ ପରିବାର ସହ ଜମିବାଡ଼ି ବିଦାଦକୁ କେନ୍ଦ୍ର କରି ତାଙ୍କ ସମ୍ପର୍କୀୟ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଉଭୟ ପରିବାର ଥାନାକୁ ଯାଇଥିଲେ। ଥାନାବାବୁଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ହୋଇଥିଲା। ପରେ ଦୁଇ ପରିବାର ଘରକୁ ଫେରିଥିଲେ। ଘରେ ପହଞ୍ଚିବାର କେଇ ଘଣ୍ଟା ଭିତରେ ରାଜା ନାୟକଙ୍କ ପରିବାରକୁ ତାଙ୍କ ସମ୍ପର୍କୀୟମାନେ ହଠାତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଘର ଭିତରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏସବୁ କାହିଁକି ହେଲା? କେମିତି ହେଲା? ବୁଝିବା ଆଗରୁ ସବୁକିଛି ସରି ଯାଇଥିଲା। ପରିବାର ଲୋକେ ଏନେଇ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲା। ଆକ୍ରମଣରେ ୩ ଜଣ ପୁରୁଷଙ୍କ ସମେତ ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe