ନିର୍ବାଚନ ଆଉ ଗୋଟିଏ ଦିନ ବାକିଥିବା ବେଳେ କଟକ ଜିଲ୍ଲା ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଟଙ୍କା, ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଆକ୍ରମଣରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ ଥାନାଅନ୍ତର୍ଗତ ତରଡିଙ୍ଗ ଗାଁରେ ଏହି ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି। ତାଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ସନ୍ଧ୍ୟାରେ ହରିଜନ ସାହିରେ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟାଯାଉଥିଲା। ଏହି ସମୟରେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।। ଏହି ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଲୋକ ଆହତ ହୋଇଥିଲେ।
Also Read
ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ନାବାଳକ ଢେଲା ପଥର ମାଡ଼ରେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଆଠଗଡ଼ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।
Crime
ଗତକାଲିଠୁ ନିଖୋଜ ଥିଲେ ନାବାଳକ; ବସ୍ତାରୁ ମିଳିଲା ମୃତଦେହ
ନାବାଳକଙ୍କୁ ହତ୍ୟା କରି ବସ୍ତାରେ ପୂରାଇ ପଡ଼ୋଶୀର ଘର ସମ୍ମୁଖରେ ଫିଙ୍ଗିଦେଲେ।
Crime
ନିଶା ହେଲା କାଳ, ବଚସାରୁ କାଟି ଦେଲେ ଯୁବକଙ୍କ ତଣ୍ଟି
ସାମାନ୍ୟ ବଚସାରୁ ଘଟିଲା ଅଭାବନୀୟ କାଣ୍ଡ । ବ୍ଲେଡରେ ଜଣେ ଯୁବକଙ୍କ ତଣ୍ଟି କାଟିଦେଲେ ନିଶାସକ୍ତ ଜଣେ ଯୁବକ ।
Crime
ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।