Advertisment

ଟଙ୍କା, ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ; ୫ରୁ ଅଧିକ ଆହତ

ଗତକାଲି ସନ୍ଧ୍ୟାରେ ହରିଜନ ସାହିରେ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟାଯାଉଥିଲା

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ନିର୍ବାଚନ ଆଉ ଗୋଟିଏ ଦିନ ବାକିଥିବା ବେଳେ କଟକ ଜିଲ୍ଲା ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଟଙ୍କା, ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଆକ୍ରମଣରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ ଥାନାଅନ୍ତର୍ଗତ ତରଡିଙ୍ଗ ଗାଁରେ ଏହି ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି। ତାଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ହରିଜନ ସାହିରେ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟାଯାଉଥିଲା। ଏହି ସମୟରେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।। ଏହି ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଲୋକ ଆହତ ହୋଇଥିଲେ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ନାବାଳକ ଢେଲା ପଥର ମାଡ଼ରେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଆଠଗଡ଼ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Cuttack 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe