Advertisment

ଗାଈ ଚରାଇବାକୁ ନେଇ ରକ୍ତାକ୍ତ ସଂଘର୍ଷ, ଗଲା ୫ ଜଣଙ୍କ ଜୀବନ

ପୁଲିସ କହିଛି ଯେ ଗୋରୁ ଚରାଇବାକୁ ନେଇ ପ୍ରକାଶ ଡାଙ୍ଗି ଓ ପ୍ରୀତମ ପାଲଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା।

author-image
Hemant Lenka
Cow

Cow

ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋରୁ ଚରାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ବେଶ କିଛି ଦିନ ଧରି ଦୁଇ ଜଣଙ୍କ ମଧ୍ୟରେ ଚାଲିଥିବା ବିବାଦ ବୁଧବାର ଭୟଙ୍କର ରୂପ ଧାରଣ କରିଛି। ହାତାହାତି ଓ ଗୁଳି ମାଡ଼ ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ଦାତିଆରେ ଘଟିଥିବା ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ପୁଲିସ କହିଛି ଯେ ଗୋରୁ ଚରାଇବାକୁ ନେଇ ପ୍ରକାଶ ଡାଙ୍ଗି ଓ ପ୍ରୀତମ ପାଲଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା। ବୁଧବାର ଏହି ବିବାଦ ସଂଘର୍ଷର ରୂପ ନେଇଥିଲା। ପ୍ରକାଶ ଓ ପ୍ରୀତମଙ୍କ ଲୋକମାନେ ପରସ୍ପରକୁ ଆକ୍ରମଣ କରିଥିଲେ। ଏପରି କି ସେମାନେ ପରସ୍ପରକୁ ଗୁଳିମାଡ଼ ମଧ୍ୟ କରିଥିଲେ।

ଗୁଳିମାଡ଼ରେ ଉଭୟ ପକ୍ଷର ଲୋକ ଆହତ ହୋଇଥିଲେ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ପ୍ରକାଶ ଡାଙ୍ଗି, ରାମନରେଶ ଡାଙ୍ଗି, ସୁରେନ୍ଦ୍ର ଡାଙ୍ଗି, ରାଜେନ୍ଦ୍ର ପାଲ ଓ ରାଘବେନ୍ଦ୍ର ପାଲଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ଦେହରେ ଗୁଳି ମାଡ଼ର ଚିହ୍ନ ରହିଥିଲା।

Advertisment

ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛି। ଗତ ୩ ଦିନ ହେଲା ଗୋରୁ ଚରାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଚାଲିଥିଲା।

ଉଭୟ ପ୍ରକାଶ ଓ ପ୍ରୀତମ ଏନେଇ ସିଭିଲ ଲାଇନ ପୁଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗର ଯାଞ୍ଚ କରୁଥିବା ବେଳେ ବୁଧବାର ସଂଘର୍ଷ ଘଟିଥିଲା। ଏହି ରକ୍ତାକ୍ତ ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ବିପୁଳ ସଂଖ୍ୟାରେ ପୁଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଛି।

Crime Madhya Pradesh