Petrol Pump
ରାତି ଅଧରେ ୫ ରାଉଣ୍ଡ ଗୁଳି ଫୁଟାଇ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୫ ଲକ୍ଷ ଟଙ୍କା । ସକାଳୁ ସକାଳୁ ବାହାରେ ପଡ଼ିଛି ଭଙ୍ଗା ଆଲମାରିକୁ ୫ଟି ଖୋକା। ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ ଘଟିଛି।
ଫୁଲଝର ପେଟ୍ରୋଲ ପମ୍ପ ପରିସରକୁ ଲାଗି ଏକ ଆଇନ୍ ପ୍ଲାଣ୍ଟ ବି ରହିଛି। ସେଠାରେ ଦିନ ରାତି ସବୁବେଳେ କାମ ଲାଗି ରୁହେ। ଗତକାଲି ବିଳମ୍ବିତ ରାତିରେ ପମ୍ପର କର୍ମଚାରୀ ନିକଟରେ ଶୋଇଥିବା ବେଳେ ହଠାତ୍ ଗୁଳି ଶବ୍ଦ ଶୁଣିବାକୁ ପାଇଲେ।
ଗୁଳି ଶବ୍ଦ ଥମିବା ପରେ ସେମାନେ ପମ୍ପକୁ ଯାଇଥିଲ। କର୍ମଚାରୀମାନେ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଦେଖିବାକୁ ପାଇଥିଊଲେ। ମାତ୍ର ପମ୍ପର ଆଲମିରା ଭଙ୍ଗା ଯାଇ ବାହାରେ ପଡ଼ିଥିବା ବେଳେ ସିସିଟିଭି, ଆସବାବପତ୍ର ସବୁ ଭଙ୍ଗା ଯାଇଥିଲା।
ଏନେଇ କର୍ମଚାରୀମାନେ ତୁରନ୍ତ ପମ୍ପ ମାଲିକଙ୍କ ସମେତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଆଜି ସକାଳେ ଫରେନସିକ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତଙ୍କ ଟେର ମିଳି ପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us