Advertisment

ପୁଣି ସେହି ଭୁଲ୍‌, ଲୁଟେରା ନେଇଗଲେ ୫ ଲକ୍ଷ ଟଙ୍କା

ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି।

Loot

Loot

Advertisment

ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି। 

Advertisment

ଆଜି କନିଶି ଅଞ୍ଚଳର କୃଷ୍ଣ ମହାରଣା ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କ ବାଇକ୍ ଡିକିରେ ରଖିଥିଲେ। ଏହା ପରେ ବାଇକ୍‌କୁ ରାସ୍ତା ଉପରେ ରଖି ନିକଟରେ ଥିବା ଏକ ଦୋକାନରେ ଚା’ ପିଉଥିବା ବେଳେ ତାଙ୍କ ଡିକିରୁ ଟଙ୍କା ଲୁଟ୍ ହୋଇଥିଲା।

ଏହି ଲୁଟ୍‌ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସେଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଏପଟ ସେପଟ ଦେଖି ରାସ୍ତା ଉପରେ ଥିବା କୃଷ୍ଣ ମହାରଣାଙ୍କ ବାଇକ୍‌ ପାଖକୁ ଆସି ଡିକିକୁ କୌଣସି ଏକ ଚାବି ବା ସେଭଳି କିଛି ଜିନିଷ ଦ୍ଵାରା ଖୋଲି ସେଥିରେ ଏକ ଜରି ବ୍ୟାଗ୍‌ରେ ଥିବା ଟଙ୍କା ନେଇ ପଳାଇ ଯାଉଛି। ସେ ଡିକିରୁ ଟଙ୍କା ବାହାର କରିବା ପୂର୍ବରୁ କୃଷ୍ଣ ମହାରଣାଙ୍କ ବାଇକ ପାଖରେ ଆଉ ଜଣେ ବ୍ୟକ୍ତି ବାଇକ୍‌ରେ ଆସି ଅପେକ୍ଷା କରି ରହିଥିଲେ। ଡିକିରୁ ଟଙ୍କା ନେଇ ଉକ୍ତ ଲୁଟେରା ସେହି ବାଇକ୍‌ରେ ବସି ଫେରାର ହୋଇଯାଇଥିଲେ।

Advertisment

ସିସିଟିଭି ଦୃଶ୍ୟକୁ ଦେଖିଲେ ଲାଗୁଛି ଲୁଟେରାମାନେ କୃଷ୍ଣ ମହାରଣାଙ୍କୁ ଅନୁକରଣ କରୁଥିଲେ। ତାଙ୍କ ଡିକିରେ ଟଙ୍କା ଥିବା କଥା ସେମାନେ ଜାଣିଥିଲେ। ଏମିତିକି କୃଷ୍ଣ ମହାରଣା ଚା’ ପିଉଥିବା ବେଳେ ତାଙ୍କ ଉପରେ ଲୁଟେରାମାନେ ନଜର ରଖିଥିଲେ ଓ ମଉକା ପାଇ ଟଙ୍କା ଲୁଟି ନେଇଥିଲେ। 

ଆଜିର ଏହି ଘଟଣାଟି ଆଦୌ ବିରଳ ନୁହେଁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ଲକ୍ଷ ଲକ୍ଷ ଟଙ୍କା ଉଠାଇ ଅଚିନ୍ତାରେ ବାଇକ୍ ବା ସ୍କୁଟି ଡିକିରେ ରଖି କିଏ ଜଳଖିଆ ଖାଇବା ପାଇଁ ଚାଲି ଯାଉଛନ୍ତି ତ କିଏ ଅଲଗା କିଛି କିଣାକିଣି କରିବା ପାଇଁ ଚାଲି ଯାଉଛନ୍ତି ଏବଂ ଏଭଳି ଘଟଣାମାନ ଘଟୁଛି।  

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe