Advertisment

ଗାଡ଼ି ଅଟକାଇ ଲୁଟିନେଲେ ୫ଲକ୍ଷ ଟଙ୍କା

କାର ଗେଟ୍‌ ଖୋଲି ଟଙ୍କା ନେବା ବେଳେକୁ ଲୁଟେରା ମାନେ ବ୍ୟାଙ୍କରୁ ଉଠାଇ ଥିବା ଟଙ୍କା ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ

author-image
Biswajit Samal
Police

Police

ବ୍ୟାଙ୍କରୁ ଟଙ୍କା ଉଠାଣ କରି ଘରକୁ ଫେରୁଥୁବା ବେଳେ କାର ଭିତରୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଲେ ଲୁଟେରା। ଦୁଇ ଜଣ ବ୍ୟକ୍ତି ଗୋଟିଏ କଳା ବାଇକ୍‌ରେ ଆସି ଏମିତି ଘଟଣା ଘଟାଇ ଥିବା ଅଭିଯୋଗ ହୋଇଛି।

Advertisment

ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ମାଳିମୁଣ୍ଡା ଗାଁରେ। ଆଜି ସକାଳେ ଜତନ ମେହେର ନିଜ ପୁଅ ସହ ପାଟଣାଗଡ଼ SBI ବ୍ୟାଙ୍କକୁ ଟଙ୍କା ଉଠାଣ କରିବାକୁ ଯାଇଥିଲେ। ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ କାର ରେ ଘରକୁ ଫେରୁଥିଲେ। ରାସ୍ତାରେ ଯିବା ବେଳେ ଲୁଟେରା ମାନେ କାରକୁ ଅଟକାଇ ଥିଲେ। ପଲସରରେ ଦୁଇ ଜଣ ବ୍ୟକ୍ତି ଆସି କାର ଭିତରେ ଥିବା ବ୍ୟକ୍ତିଙ୍କୁ କହିଲେ ତୁମର ଟଙ୍କା ବାଟରେ ପଡ଼ିଯାଇଥିଲା ନେଇ ଯାଅ କହି ୩ ଖଣ୍ଡ ଶହେ ଟଙ୍କା ଦେଇଥିଲେ।

ବ୍ୟକ୍ତି ଜଣକ କାର ଗେଟ୍‌ ଖୋଲି ଟଙ୍କା ନେବା ବେଳେକୁ ଲୁଟେରା ମାନେ ବ୍ୟାଙ୍କରୁ ଉଠାଇ ଥିବା ଟଙ୍କା ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ। ଏନେଇ ଜତନ ମେହେର ଓ ତାଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Lootera