Advertisment

ଭୟ ନାହିଁ! ହସ୍ପିଟାଲରେ ବନ୍ଧୁକ ଧରି ପଶିଲେ, ରୋଗୀଙ୍କୁ ଗୁଳି କରି ମାରିଦେଲେ

୫ ଜଣ ଯୁବକ ବେଧଡ଼କ ଅନ୍ଦାଜରେ ହାତରେ ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରିବା ସହ ସେଠାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରୁଥିବା ଯୁବକମାନଙ୍କ ମୁହଁରେ ଭୟର କୌଣସି ଚିହ୍ନବର୍ଣ୍ଣ ନଥିବା ସିସିଟିଭି ଫୁଟେଜରୁ ଜଳଜଳ ହୋଇ ଦେଖିବାକୁ ମିଳିଛି।

author-image
Hemant Lenka
Hospital

Hospital

ବିହାରରେ ନିର୍ବାଚନ ପାଖରେ ଆସୁଥିବା ବେଳେ ଗୁଣ୍ଡାରାଜ ବଢ଼ିବାରେ ଲାଗିଛି। ଆଇନ କାନୁନକୁ ସତେ ଯେମିତି ବିହାରରେ କେହି ବି ଖାତିର କରୁ ନାହାନ୍ତି। ଏହାର ଜ୍ୱଳନ୍ତ ପାଟନାରେ ଥିବା ଗୋଟିଏ ହସ୍ପିଟାଲରେ ଦେଖିବାକୁ ମିଳିଛି।

Advertisment

୫ ଜଣ ଯୁବକ ବେଧଡ଼କ ଅନ୍ଦାଜରେ ହାତରେ ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରିବା ସହ ସେଠାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରୁଥିବା ଯୁବକମାନଙ୍କ ମୁହଁରେ ଭୟର କୌଣସି ଚିହ୍ନବର୍ଣ୍ଣ ନଥିବା ସିସିଟିଭି ଫୁଟେଜରୁ ଜଳଜଳ ହୋଇ ଦେଖିବାକୁ ମିଳିଛି।

ହସ୍ପିଟାଲର ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ୫ ଜଣ ଶୁଟର ସେମାନଙ୍କ ବନ୍ଧୁକ କାଢ଼ିବା ସହ ରୋଗୀ ଜଣଙ୍କ ଚିକିତ୍ସିତ ହେଉଥିବା କ୍ୟାବିନର କବାଟ ଖୋଲୁଛନ୍ତି। ଏହାପରେ ଚିକିତ୍ସିତ ରୋଗୀଙ୍କୁ ଗୁଳି କରି ସେଠାରୁ ବେଶ ସହଜରେ ଖସି ଯାଉଛନ୍ତି। ସେମାନଙ୍କ ଗୁଳି ମାଡ଼ରେ ଚନ୍ଦନ ମିଶ୍ରା ନାମକ ବ୍ୟକ୍ତି ହସ୍ପିଟାଲ ବେଡରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

Advertisment

ଚନ୍ଦନ ମିଶ୍ରା ଜଣେ ପେଶାଦାର ଅପରାଧୀ। ତାଙ୍କ ନାଁରେ ୧୨ରୁ ଅଧିକ ହତ୍ୟା ମାମଲା ରହିଥିଲା। ଚନ୍ଦନ ମିଶ୍ରା ପୂର୍ବରୁ ଜେଲରେ ରହିଥିଲେ। ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ପ୍ୟାରୋଲ ମିଳିଥିଲା। ପ୍ୟାରୋଲରେ ଆସିବା ପରେ ସେ ଚିକିତ୍ସା ପାଇଁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁଲିସ୍‌ ଆଶଙ୍କା କରିଛି ଯେ ଚନ୍ଦନ ମିଶ୍ରାଙ୍କ ବିରୋଧୀ ଗ୍ୟାଙ୍ଗ ଏପରି କାଣ୍ଡ ଘଟାଇଛନ୍ତି।

ଗୁଳି ମାଡ଼ ପରେ ଏସ୍‌ପି କାର୍ତ୍ତିକୟ ଶର୍ମା କହିଛନ୍ତି, “ବକ୍ସ ଜିଲ୍ଲାର ପେଶାଦାର ଅପରାଧୀ ଚନ୍ଦନ ମିଶ୍ରାଙ୍କ ନାଁରେ ୧୨ରୁ ଅଧିକ ହତ୍ୟା ମାମଲା ରହିଥିଲା। ତାଙ୍କୁ ବକ୍ସରରୁ ଭାଗଲପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଅସୁସ୍ଥ ହେବାରୁ ପ୍ୟାରେଲୋରେ ବାହାରି ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ହତ୍ୟା କରାଯାଇଛି।

ତାଙ୍କ ବିରୋଧୀ ଗ୍ୟାଙ୍ଗ ଏପରି କରିଛନ୍ତି। ବକ୍ସର ପୁଲିସ୍‌ ସହାୟତାରେ ଆମେ ଚନ୍ଦନ ମିଶ୍ରାଙ୍କ ବିରୋଧୀ ଚନ୍ଦନ ଶେରୁ ଗ୍ୟାଙ୍ଗକୁ ଚିହ୍ନଟ କରିଛୁ। ସେହି ଗ୍ୟାଙ୍ଗର ୫ ଜଣ ସଦସ୍ୟ ଏପରି ଗୁଳି ମାଡ଼ କରିଥିବା ଜଣାପଡ଼ିଛି। ଗୁଳିମାଡ଼ ଘଟଣାରେ ହସ୍ପିଟାଲର ସିକ୍ୟୁରିଟୀ ଗାର୍ଡ ସାମିଲ ଅଛନ୍ତି କି ନାହିଁ, ତା’ର ତଦନ୍ତ ମଧ୍ୟ କରାଯାଉଛି।”

Bihar