Advertisment

ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ

ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ କିଛି ଗୋରୁ ବେପାରୀ ଏକ ବୋଲେରୋ ଯୋଗେ ଜିରାଳ ସାପ୍ତାହିକ ହାଟକୁ ଆସିଥିଲେ।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ବୋମାମାଡ଼ କରି ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ସାପ୍ତାହିକ ହାଟରେ। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

Advertisment

ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ କିଛି ଗୋରୁ ବେପାରୀ ଏକ ବୋଲେରୋ ଯୋଗେ ଜିରାଳ ସାପ୍ତାହିକ ହାଟକୁ ଆସିଥିଲେ। ସାପ୍ତାହିକ ହାଟରେ ଗାଡ଼ି ରଖି ଗୋରୁ ବେପାରୀମାନେ ହାଟକୁ ଯାଇଥିଲେ। ଗାଡ଼ିରେ ଜଣେ ବୃଦ୍ଧ ଓ ଡ୍ରାଇଭର ଥିଲେ। ଏହି ସମୟରେ ୫ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ବୋଲେରୋ ନିକଟରେ ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ।

ପରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ପରେ ଗାଡ଼ିରେ ଥିବା ୧୪ ଲକ୍ଷ ଟଙ୍କା ଓ ବୋଲେରୋ ନେଇ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଗୋରୁ ବେପାରୀମାନେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Kamakhyanagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe