Advertisment

ଲୁଟ ପରେ ଯୁବତୀଙ୍କ ସହ ରାତି କାଟୁଥିଲେ ‘ଆୟୁଷ୍ମାନ’ ଗ୍ୟାଙ୍ଗ

ଏହି ୫ ଜଣ ଲୋକଙ୍କୁ ଲୁଟ କରି ବିନ୍ଦାସ ଲାଇଫ ବଞ୍ଚୁଥିଲେ। ଲୁଟ ଟଙ୍କାକୁ ପାଣି ପରି ଖର୍ଚ୍ଚ କରୁଥିଲେ। ଏହି ଟଙ୍କାରେ ସେମାନେ ପଞ୍ଚ ତାରକା ହୋଟେଲରେ ସୁନ୍ଦରୀ ଯୁବତୀଙ୍କ ସହ ରାତି ବିତାଉଥିଲେ।

ODISHA

ODISHA

Advertisment

ହାଇୱେରେ ଲୁଟ କରି ଆତଙ୍କରାଜ କରୁଥିବା ଆୟୁଷ୍ମାନ ଗ୍ୟାଙ୍ଗର ଖେଳ ଖତମ। କମିଶନରେଟ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଆୟୁଷ୍ମାନ ଗ୍ୟାଙ୍ଗର ୫ କୁଖ୍ୟାତ ଲୁଟେରା। ସେମାନଙ୍କ ନିକଟରୁ ୪୦ ଟି ଚେନ, ୨ ଲକ୍ଷ ନଗଦ ଟଙ୍କା, ୪ଟି ଦାମୀ ବାଇକ ଓ ୫ଟି ମୋବାଇଲ ଜବତ କରାଯାଇଛି।

Advertisment

ଏହି ୫ ଜଣ ଲୋକଙ୍କୁ ଲୁଟ କରି ବିନ୍ଦାସ ଲାଇଫ ବଞ୍ଚୁଥିଲେ। ଲୁଟ ଟଙ୍କାକୁ ପାଣି ପରି ଖର୍ଚ୍ଚ କରୁଥିଲେ। ଏହି ଟଙ୍କାରେ ସେମାନେ ପଞ୍ଚ ତାରକା ହୋଟେଲରେ ସୁନ୍ଦରୀ ଯୁବତୀଙ୍କ ସହ ରାତି ବିତାଉଥିଲେ। ଲୁଟ ଟଙ୍କାରେ ବ୍ରାଣ୍ଡେଡ୍‌ ପ୍ୟାଣ୍ଟ୍ ଶାର୍ଟ ସହ ଜୋତା ପିନ୍ଧୁଥିଲେ। ପ୍ରତିଟି ଲୁଟ ପରେ ଧରା ପଡ଼ିଯିବା ଭୟରେ ସେମାନେ ଗାଡ଼ି ସହ ନମ୍ବର ପ୍ଲେଟ ମଧ୍ୟ ବଦଳାଇ ଦେଉଥିଲେ। ଧରା ପଡ଼ିଥିବା ଆୟୁଷ୍ମାନ ଗ୍ୟାଙ୍ଗ ବିରୋଧରେ କମିଶନରେଟ ପୁଲିସରେ ରହିଛି ୨୪ଟି ମାମଲା। ଏହା ବ୍ୟତୀତ ବିଭିନ୍ନ ଜିଲ୍ଲାରେ ମଧ୍ୟ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି। 

ଧରା ପଡ଼ିବା ପରେ ଅଭିଯୁକ୍ତମାନେ କଳାକାରନାମକୁ କ୍ୟାମେରା ଆଗରେ ବୟାନ କରିଛନ୍ତି। ପୁଲିସ୍‌ ପକ୍ଷରୁ ଆଜି ଏହାର ଭିଡିଓ ମଧ୍ୟ ରିଲିଜ କରାଯାଇଛି। ବିଗତ ୬ ମାସ ହେଲା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏହି ୫ ହାଇୱେ ଲୁଟେରା ହେଲେ ଅୟଜ ମହମ୍ମଦ, ଆୟୁଷ୍ମାନ ତ୍ରିପାଠୀ, ଦେବାଶିଷ ବାରିକ, ଶିବପ୍ରସାଦ ବାରିକ ଓ ରଜତ ନନ୍ଦ।

Advertisment

ଭୁବନେଶ୍ୱରରୁ ପୁରୀ, ଅନୁଗୁଳ, ଗଂଜାମ ପର୍ଯ୍ୟନ୍ତ ଏମାନେ ଦାମୀ ବାଇକରେ ବିଜୁଳି ବେଗରେ ଯାଇ ଚେନ ଝାଂପୁଥିଲେ। ପ୍ରତିଟି ଲୁଟ ପୂର୍ବରୁ ଜଟଣୀରେ ରହି ସେମାନେ ପ୍ରଥମେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଚକମା ଦେବା ପାଇଁ ଫୁଲ ଡ୍ରେସ ଓ ହେଲମେଟ ପିନ୍ଧିବାକୁ ସେମାନେ ଆଦୌ ଭୁଲୁ ନଥିଲେ।

Gangଧରା ପଡ଼ିଥିବା ୫ ଯୁବକ

ଶହେ ସ୍ପିଡରେ ଗାଡ଼ି ଚଳାଇ ଲୁଟି ଆଖି ପିଛୁଳାକେ ଫେରାର ହୋଇ ଯାଉଥିଲେ। ସେମାନଙ୍କୁ ପୁଲିସ୍‌ ଧରିବା ସହ ସେମାନଙ୍କ ଠାରୁ ୪୦ଟି ଚେନ, ୨ ଲକ୍ଷ ଟଙ୍କା ଓ ୫ ଟି ମୋବାଇଲକୁ ଜବତ କରାଯାଇଛି। ଆଜି ଏସମ୍ପର୍କରେ ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା ବିସ୍ତୃତ ସୂଚନା ଦେଇଛନ୍ତି।

ଗ୍ୟାଙ୍ଗର ଦ୍ୱିତୀୟ ଅଭିଯୁକ୍ତ ଆୟୁଷ୍ମାନ ଏକଦା ଜେଲ ଯାଇଥିଲା। ଜେଲରୁ ଆସିବା ପରେ ମଦ ପିଇ ଗାର୍ଲ ଫ୍ରେଣ୍ଡଙ୍କ ସହ ମଉଜ କରୁଥିଲା। ଦାମୀ ହୋଟେଲରେ ରାତି ବିତାଇବା ସହ ବିଭିନ୍ନ ପ୍ରକାରର ପୋଜ ଦେଇ ରିଲସ କରୁଥିଲା। ସୋଶାଲ ମିଡିଆରେ ସେ ବେଶ ସକ୍ରିୟ ରହିଥିଲା। ମଉଜ କରିବା ପାଇଁ ସେ ଚୋରି ସୁନାକୁ ବନ୍ଧା ରଖି ଟଙ୍କା ଆଣୁଥିଲେ। କେବଳ ଆୟୁଷ୍ମାନ ନୁହେଁ, ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦାମୀ ହୋଟେଲ ବୁକ କରି ଯୁବତୀମାନଙ୍କ ସହ ରାତି କାଟୁଥିବା ଜଣାପଡ଼ିଛି।

ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଭଦ୍ରକ, ଅନୁଗୁଳ, ପୁରୀ, ଗଞ୍ଜାମ ପୁଲିସ ସହ ଯୋଗାଯୋଗ କରାଯାଇଛି। ଆବଶ୍ୟକ ସ୍ଥଳେ ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Crime Commissionerate Police Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe