Advertisment

ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି; ମଝି ସମୁଦ୍ରରୁ ଓଡ଼ିଶାର ୫ ମତ୍ସ୍ୟଜୀବୀକୁ ଉଠାଇ ନେଲେ

୧୫ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୫ଜଣଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଛାଡ଼ି ନାହାନ୍ତି।

ଅଦ୍ୟତନ ହୋଇଛି
Fisher Man

Fisher Man

Advertisment

ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି। ସମୁଦ୍ର ମଧ୍ୟରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅଟକ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ସାମୁଦ୍ରିକ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ। 

Advertisment

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ସକାଳେ ଦୁଇଟି ଡଙ୍ଗାରେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ସନ୍ଧ୍ୟାୟ ସମୟରେ ଆନ୍ଧ୍ରର ମତ୍ସ୍ୟଜୀବୀ ମାନେ ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ଧରୁଥିବା ଦେଖିଥିଲେ। ଏନେଇ ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ ଏହାକୁ ବିରୋଧ କରିଥିଲେ। ପରେ ମଝି ସମୁଦ୍ରରେ ଆନ୍ଧ୍ର ମତ୍ସ୍ୟଜୀବୀ ଏବଂ ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ବଚସା ହୋଇଥିଲା।  ଏହି ବଚସା ଉଗ୍ରରୂପ ନେଇଥିଲା।  ପରେ ଆନ୍ଧ୍ରର ମତ୍ସ୍ୟଜୀବୀମାନେ ସାନ ଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର ଜବରଦସ୍ତ ଟ୍ରଲରରେ ଅପହରଣ କରି ନେଇଯାଇଥିଲେ।

ଆର୍ଯ୍ୟପଲ୍ଲୀର ଅନ୍ୟ ମତ୍ସ୍ୟଜୀବୀ ସେମାନଙ୍କୁ ଯେତେ କହିଥିଲେ ମଧ୍ୟ ୫ଜଣଙ୍କୁ ଛାଡ଼ିନଥିଲେ। ଆର୍ଯ୍ୟପଲ୍ଲୀର ୧୪ ଜଣ ମତ୍ସୀଜୀବୀ ରାତିରେ ଘରକୁ ଫେରି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପରିବାର ଲୋକେ ଏନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ୫ ଜଣଙ୍କ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ଦାବି କରିଥିଲେ।

Advertisment

୧୫ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୫ଜଣଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଛାଡ଼ି ନାହାନ୍ତି। ଛତ୍ରପୁର ଏସଡିପିଓ ଓ ସାମୁଦ୍ରିକ ଥାନା ଅଧିକାରୀ ୫ ଜଣ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାକୁ ଆନ୍ଧ୍ର ପୁଲିସ ସହ କଥା ହୋଇଛନ୍ତି।  ଏହାସହ ୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି। 

Ganjam Fisherman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe