Advertisment

ରାସ୍ତାରେ ଉତ୍ପାତ: ବେପରୁଆ ଗାଡ଼ିଚାଳନାର ଭିଡିଓ ଭାଇରାଲ ହେବା ପରେ ୫ ଗିରଫ, ୨ କାର ଜବତ

ଅଭିଯୁକ୍ତମାନେ ମୋଟ ୪ଟି କାର୍‌ରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ।

ଅଦ୍ୟତନ ହୋଇଛି
Safari

Safari

Advertisment

ରାଜଧାନୀରେ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଅଛନ୍ତି।

Advertisment

ଅଭିଯୁକ୍ତମାନେ ମୋଟ ୪ଟି କାର୍‌ରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ। ଦୁଇଟି କାରରେ ଦୁଇ ଜଣ ସନ୍‌ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ ଓ ପାଟି କରୁଥିଲେ।

ଆଉ ଗୋଟିଏ କାର ଅତି ବିପଜ୍ଜନକ ଭାବେ ରାସ୍ତାରେ ଯାଉଥିଲା। ତାହା କିଛି କ୍ଷଣ ପାଇଁ ଫୁଟ୍‌ ପାଥ୍ ଉପରକୁ ଚାଲିଯାଇଥିଲା। ଏହା ଅନ୍ୟମାନଙ୍କ ପାଇଁ ବିପଦର କାରଣ ହୋଇଥା’ନ୍ତା।

Advertisment

ସେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କେହି ନିଜ ମୋବାଇଲ ଫୋନ୍‌ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ରେକର୍ଡ କରାଯାଇଥିଲା ।

ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ସହିତ ଏହି ଘଟଣା ନେଇ କମିଶନରେଟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ତତ୍‌ପର ହୋଇଥିଲା କମିଶନରେଟ ପୁଲିସ। ଘଟଣାର ଖୋଳତାଡ଼ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe