Advertisment

୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ହତ୍ୟା କରିବା ପରେ ରାମଚନ୍ଦ୍ର ବେହେରାଙ୍କ ହାତ ଓ ଗୋଡ଼କୁ କାଟି ନେଇଥିଲେ। ୫ ଅଭିଯୁକ୍ତ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼କୁ ଧରି ବାଇକ୍‌ରେ ଗାଁରେ ଚକ୍କର କାଟିଥିଲେ। ଗାଁ ଲୋକଙ୍କୁ ଭୟଭୀତ କରାଇଥିଲେ।

Crime

Crime

Advertisment

୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜାଜ ଆଜି ଏହି ରାୟ ଶୁଣାଇଛନ୍ତି। ୨୦୧୯ ମସିହାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା।

Advertisment

୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ଘରେ ଥିଲେ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ରାତି ପ୍ରାୟ ସାଢ଼ ୧୦ଟା ବେଳେ ତାଙ୍କ ଘରେ ପହଞ୍ଚିଥିଲେ ଏକତାଳି ଗାଁର ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ। ବିଭିନ୍ନ ବାହାନା କରି ତାଙ୍କୁ ଘରୁ ଡାକି ଆଣିଥିଲେ। ପରେ ତାଙ୍କୁ ତାଙ୍କ ଘର ଆଗରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ।

ହତ୍ୟା କରିବା ପରେ ରାମଚନ୍ଦ୍ର ବେହେରାଙ୍କ ହାତ ଓ ଗୋଡ଼କୁ କାଟି ନେଇଥିଲେ। ୫ ଅଭିଯୁକ୍ତ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼କୁ ଧରି ବାଇକ୍‌ରେ ଗାଁରେ ଚକ୍କର କାଟିଥିଲେ। ଗାଁ ଲୋକଙ୍କୁ ଭୟଭୀତ କରାଇଥିଲେ। ପରେ ନିକଟସ୍ଥ ଜଙ୍ଗଲକୁ ଯାଇ ରାମଚନ୍ଦ୍ରଙ୍କ ଗୋଡ ଓ ହାତକୁ କାଟି ଭକ୍ଷଣ କରିବା ଅଭିଯୋଗ ହୋଇଥିଲା। ସେହି ରାତିରେ ରାମଚନ୍ଦ୍ରଙ୍କ ଝିଅ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Advertisment

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜାଜ। ୫୩ ଜଣଙ୍କ ସାକ୍ଷୀଙ୍କ ବୟାନ୍‌, ୯୪ଟି ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ୫ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ଆସିବା ପରେ ମୃତ ରାମଚନ୍ଦ୍ରଙ୍କ ଝିଅ ଖୁସି ବ୍ୟକ୍ତ କରିଛନ୍ତି।

ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂ

Murder Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe