Advertisment

ଜମିବାଡ଼ି ବିବାଦରୁ ହେଲା ରକ୍ତାକ୍ତ ସଂଘର୍ଷ, ଗୋଟିଏ ପରିବାରର ୫ ଗୁରୁତର

ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ହୋଇ ଯାଇଛନ୍ତି।

undefined

Attack

Advertisment

ଜମିବାଡ଼ି ବିବାଦ ନେଲା ରକ୍ତାକ୍ତ ସଂଘର୍ଷର ରୂପ । ଦୀର୍ଘ ଦିନ ଧରି ଅସନ୍ତୋଷ କୁହୁଳୁଥିବା ବେଳେ ଚାଲିଥିଲା ଛକାପଞ୍ଝା। ଶେଷରେ ଏହି ବିବାଦ ନେଲା ଆକ୍ରମଣର ରୂପ । ଗୋଟିଏ ପକ୍ଷର ଆକ୍ରମଣରେ ଅପରପକ୍ଷର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ମହିଳା ଥିବା ଜଣାଯାଇଛି।

Advertisment

ଏପରି ଏକ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସୋର ଥାନା ବେଲପୁର ଗାଁରେ ଘଟିଛି। ଗୁରୁତର ୫ ଜଣ ହେଲେ ସାଇଦା ବିବି, ସେକ ଗୁଲାଲ,ସେକ ରାଜେଶ, ସେକ ନିହାମଦ ଓ ରେଜିଆ ଖାତୁନ । ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ହୋଇ ଯାଇଛନ୍ତି। 

ବେଲପୁର ଗାଁର ସେକ ଗୁଲାଲ ଓ ସେକ ଭେକୋଦ୍ଦିନଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡ଼ି ବିବାଦ ଲାଗି ରହିଥିଲା। ଏହାକୁ ନେଇ ଉଭୟ ପକ୍ଷ ବହୁ ଥର ମୁହାଁମୁହିଁ ବି ହୋଇଥିଲେ। ମାତ୍ର ଆଜି ସକାଳେ ଘଟଣା ବିସ୍ଫୋରଣର ରୂପ ନେଲା।

Advertisment

ସେକ ଗୁଲାଲଙ୍କ ପରିବାର ଉପରେ ସେକ ଭେକୋଦ୍ଦିନଙ୍କ ପରିବାର ସଦସ୍ୟ ଅତର୍କିତ ଭାବେ ଠେଙ୍ଗା ବାଡ଼ିରେ ଆକ୍ରମଣ କଲେ। ଏଥିରେ ୨ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋର ମେଡିକାଲରେ ଭତ୍ତିଆ କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜୀବନମରଣ ସହ ସଂଘର୍ଷ କରୁଥିବା ଜଣାଯାଇଛି। 

ସୂଚନା ପାଇ ପୁଲିସ୍‌ ବେଲପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରି ୪ ଜଣଙ୍କ ବାନ୍ଧିଛି। ତେବେ ଏଥିରେ ସମ୍ପୃକ୍ତ ଥିବା ଆହୁରି ୫ ଜଣ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଖୋଜି ବାହାର କରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। 

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe