Advertisment

ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର

ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।

Loot

Loot

Advertisment

କଟକ ବାରଙ୍ଗ ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା। ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ କରୁଛନ୍ତି ଟାର୍ଗେଟ୍। ତିନି ଦିନରେ ହେଲାଣି ତିନି ତିନିଟି ଲୁଟ୍।

Advertisment

ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।

ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ତାଙ୍କଠାରୁ ୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସମାନ ଢଙ୍ଗରେ ଗତକାଲି ଷଣ୍ଢପୁର ରେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ହଜାର ଟଙ୍କା ଲୁଟି ନେଇଥିଲେ ଲୁଟେରାମାନେ।

Advertisment

ଏହାର ପୂର୍ବ ଦିନ ଗୋଡିସାହି ସ୍କୁଲ ଏବଂ ଷଣ୍ଢପୁର କେନାଲ ରାସ୍ତାରୁ ୨ଜଣ ବ୍ୟବସାୟୀ ମଧ୍ୟ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଛାନଭିନ୍ ଚଳାଇଥିବା ବେଳେ ଲୁଟେରାଙ୍କ ଟେର୍ ପାଇନି।

Loot Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe