/odisha-reporter/media/media_files/2025/12/01/boy-2025-12-01-17-06-40.jpg)
ପୁଲିସ
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ ତଥା ଭୟଙ୍କା ଘଟଣା। ମା’ ସାମ୍ନାରେ ୫ ବର୍ଷର ପୁଅର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଛି ଜଣେ ବ୍ୟକ୍ତି। ଚିହ୍ନା ଜଣା ନଥିଲେ ବି ବ୍ୟକ୍ତି ଜଣଙ୍କ ଏପରି ଭୟଙ୍କର କାଣ୍ଡ ଘଟାଇବାରୁ ଗାଁ ଲୋକ ଅନ ଦ ସ୍ପଷ୍ଟ ନେଇଛନ୍ତି ପ୍ରତିଶୋଧ। ସେମାନେ ହତ୍ୟାକାରୀକୁ ପିଟିପିଟି ମାରି ଦେଇଛନ୍ତି। ଶୁକ୍ରବାର ରାତିରେ ମଧ୍ୟପ୍ରଦେଶ(MadhyaPradesh)ରେ ଏପରି ଘଟଣା ଘଟିଛି।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ୨୫ ବର୍ଷୀୟ ମହେଶ ହଠାତ ବାଇକ ନେଇ ଗାଁର କାଲୁ ସିଂହଙ୍କ ଘର ପାଖରେ ପହଞ୍ଚିଥିଲା। ଗାଁର ଲୋକମାନେ କିମ୍ବା କାଲୁ ସିଂହଙ୍କ ପରିବାର ମହେଶକୁ ପୂର୍ବରୁ କେବି ବି ଦେଖି ନଥିଲେ। କିନ୍ତୁ ହଠାତ୍ ମହେଶ ନିଜ ବାଇକକୁ ଆଣି କାଲୁ ସିଂହଙ୍କ ଘର ପାଖରେ ରଖିଥିଲା। ଏହାପରେ କାହାକୁ କିଛି ନ କହି ସିଧା ଘର ଭିତରେ ପଶିଥିଲା। ଘରେ ଥିବା ଫାଉଡ଼ାକୁ ଉଠାଇ ୫ ବର୍ଷୀୟ ବିକାଶଙ୍କୁ ଆକ୍ରମଣ କରିଥିଲା।
ଗୋଟିଏ ଚୋଟରେ ବିକାଶର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା। ଏହାପରେ ସେ ଆଉ ଗୋଟିଏ ଚୋଟ ବିକାଶର କାନ୍ଧକୁ ପକାଇ ଥିଲା। ଘଟଣା ବେଳେ ବିକାଶର ମା’ ସେଠାରେ ଉପସ୍ଥିତ ଥିଲେ। ସେ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି। ଆଖି ସାମ୍ନାରେ ପୁଅର ଏପରି ଅବସ୍ଥା ଦେଖି ସ୍ତବ୍ଧ ମା’ ଜଣଙ୍କ ଚିତ୍କାର କରିଥିଲେ।
ଚିତ୍କାର ଶୁଣି ଗାଁ ଲୋକମାନେ ଦୌଡ଼ି ଆସିବା ସହ ହତ୍ୟାକାରୀକୁ ବାକୁ କରିଥିଲେ। ସେମାନେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚିବା ପୂର୍ବରୁ ମହେଶକୁ ପ୍ରବଳ ପିଟିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହେଶକୁ ଉଦ୍ଧାର କରିବା ସହ ହସ୍ପିଟାଲ ନେଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିଲା ବେଳକୁ ତା’ର ମୃତ୍ୟୁ ହୋଇ ସାରିଥିବା ଧାର ଏସ୍ପି ମୟଙ୍କ ଅବସ୍ତୀ ସୂଚନା ଦେଇଛନ୍ତି।
ତାଙ୍କ କହିବା କଥା ଯେ ମହେଶର ଘର ଅଲୀରଜପୁର ଜିଲ୍ଲା ଅନ୍ତର୍ଗତ ଜୋବାଟ ବାଗଡି ଗାଁରେ। ସେ ଜଣେ ମାନସିକ ରୋଗୀ। ୩ରୁ ୪ ଦିନ ହେଲା ସେ ଘରକୁ କେଉଁ ଆଡ଼େ ଚାଲି ଯାଇଥିଲା। ପରିବାର ଲୋକ ତା’କୁ ଖୋଜୁ ଥିବା ବେଳେ ସେ ଏପରି କାଣ୍ଡ ଘଟାଇଛି।
ସେହିପରି ବିକାଶର ମୁଣ୍ଡରୁ ଗଣ୍ଡି(Crime)କୁ ଅଲଗା କରିବାର କିଛି ଘଣ୍ଟା ପୂର୍ବରୁ ସେ ସ୍ଥାନୀୟ ଦୋକାନରୁ ମଧ୍ୟ ଚୋରି କରିବାକୁ ଚେଷ୍ଟା କରିଥିଲା। ପୁଲିସ୍ ଏବେ ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
