Advertisment

ଘରୁ ବାହାର କରି ଦେଲା ମା’, ୫ ବର୍ଷରୁ ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା

ଅକ୍ଟୋବର ୨ ତାରିଖରେ ଜୋଇ ଫେଲିକ୍ସଙ୍କୁ କ୍ଷତାକ୍ତ ଅବସ୍ଥାରେ ଗୋଟିଏ ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର କାରାଯାଇଥିଲା।

author-image
Hemant Lenka
Stop Rape

Stop Rape

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ୫ ବର୍ଷୀୟ ଝିଅ ସହ ଘଟିଛି ବର୍ବରକାଣ୍ଡ। ଏହି ନାବାଳିକାଙ୍କୁ ପ୍ରଥମେ ତାଙ୍କ ମା’ ଘର ବାହାର କରି ଦେଇଥିଲା। ଏହାପରେ ସେ ବାସହୀନଙ୍କ ପାଇଁ ପ୍ରସ୍ତୁତ ଶିବିରରେ ରହୁଥିଲେ। ତେବେ ସେଠାରେ ତାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି। ଆମେରିକାର କାନସାସରେ ଏପରି ଘଟଣା ଘଟିଛି।

Advertisment

ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତ ମିକେଲ ଡବ୍ଲ୍ୟୁ ଚେରୀକୁ ଗିରଫ କରିଛନ୍ତି। ତା’ ନାଁରେ ଦୁଷ୍କର୍ମ ଓ ଅପରାଧ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି। ଏବେ ସେ ଜେଲରେ ଥିବା ବେଳେ ଡିସେମ୍ବର ୨୧ରେ କୋର୍ଟରେ ହାଜର ହେବ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ଜୋଇ ଫେଲିକ୍ସଙ୍କୁ କ୍ଷତାକ୍ତ ଅବସ୍ଥାରେ ଗୋଟିଏ ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର କାରାଯାଇଥିଲା। ତାଙ୍କୁ ସେଠାରୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପିଲାଟିର ପଡ଼ୋଶୀଙ୍କ କହିବା କଥା ଯେ ଜୋଇ ଓ ତାଙ୍କ ପରିବାର ଲୋକ ଯେଉଁ ଘରେ ରହୁଥିଲେ ସେଠାରେ ଅଭିଯୁକ୍ତ ଚେରୀ ମଧ୍ୟ ରୁହନ୍ତି। ତେବେ ୫ ବର୍ଷର ଝିଅଟିର ମା’ ସମସ୍ତଙ୍କୁ ଗୋଟିଏ ଦିନ ଘରୁ ବାହାର କରି ଦେଇଥିଲେ। ଫଳରେ ସମସ୍ତେ ବାସହୀନ ଶିବିରରେ ରହିବା ଆରମ୍ଭ କରିଥିଲେ।

ଘର ଠାରୁ ବାସହୀନ ଶିବିରଟି ଅଧା ମାଇଲ ଠାରୁ କମ ଦୂରତାରେ ରହିଛି। ସେହିପରି ଜୋଇଙ୍କ ମା’ ଓ ଅଭିଯୁକ୍ତ ଚେରୀ ମଧ୍ୟରେ କ’ଣ ସମ୍ପର୍କ ଥିଲା, ସେକଥା ସ୍ପଷ୍ଟ ହୋଇନି।

ଘରେ ରହିବା ବେଳେ ମଧ୍ୟ ଜୋଇଙ୍କ କଥା କେହି ବୁଝୁ ନଥିଲେ। ସେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଥିଲେ। ସେହିପରି ସ୍କୁଲ ମଧ୍ୟ ଯାଉ ନଥିଲେ। ଏସବୁ ଭିତରେ ସେ ଜୀବନ କାଟୁ ଥିବା ବେଳେ ଏକଦା ତାଙ୍କୁ ମା’ ଘରୁ ବାହାର କରି ଦେଇଥିଲେ। ଫଳରେ ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବାସହୀନ ଆଶ୍ରୟ ଶିବିରରେ ରହିବା ଆରମ୍ଭ କରିଥିଲେ। ଏହି ସମୟରେ ଚେରୀ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

USA Stop Rape