Advertisment

ମନ୍ଦିରରେ ଭିକ୍ଷା ବୃତ୍ତି ପାଇଁ ଚୋରି କରିଥିଲେ ପିଲା

କିଏ ଓ କାହିଁକି ୫ ବର୍ଷର ପୁଅ ହୃଦାସନଙ୍କୁ ଅପହରଣ କରିଥିଲା? ସେ ସମ୍ପର୍କରେ କିଛି ତଥ୍ୟ ପାଉନଥିଲେ ଅର୍ଜୁନ ଓ ତାଙ୍କ ପତ୍ନୀ। ତେବେ ମନ ଭିତରେ ନିଜର ଦୂର ସମ୍ପର୍କୀୟା ପଦ୍ମିନୀ ମାଝୀଙ୍କ ଉପରେ ସନ୍ଦେହ ହୋଇଥିଲା।

Nuapada

Nuapada

Advertisment

ବୃତ୍ତି ଅର୍ଥାତ ପେଶା! ଜୀବନ ଶୈଳୀ ଉନ୍ନତି ପାଇଁ କିଏ କେଉଁ ପେଶାକୁ ଆପଣାଇଥାଏ। ହେଲେ ଅଜବ ଏ ଦୁନିଆ। ଭିକ୍ଷା’କୁ ବୃତ୍ତି କରିବା ପାଇଁ ଚୋରି କରାଯାଉଥିଲା ପିଲା। ଆଉ ସେହି ପିଲାକୁ ଆମ ରାଜ୍ୟର ପଡୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବିଭିନ୍ନ ମନ୍ଦିର ଆଗରେ ଭିକ୍ଷା ବୃତ୍ତିରେ ନିୟୋଜନ କରିବା ପାଇଁ ଉଦ୍ୟମ କରାଯାଉଥିଲା। ପ୍ରେମୀ ଯୁଗଳ ଧରାପଡ଼ିବା ପରେ ଖୋଲିଛି ପୂରା ଘଟଣା ଉପରୁ ରାଜ। ନୂଆପଡ଼ା ପୁଲିସ୍‌ ଏହି ଅଭିଯୋଗରେ ପ୍ରେମୀ ଯୁଗଳଙ୍କୁ ଗିରଫ କରିବା ସହିତ ଅପହରଣ ହୋଇଥିବା ନାବାଳକୁ ଉଦ୍ଧାର କରିଛି।

Advertisment

ସେପ୍ଟେମ୍ବର ୨୯ ତାରିଖରେ କୋମନା ଥାନା ଲୋହୋଣ୍ଡୋପାଲି ଗାଁର ଅର୍ଜୁନ ବେମାଲ ଓ ତାଙ୍କ ୫ ବର୍ଷର ପୁଅ ହୃଦାସନ ବଲାଙ୍ଗିର ଜିଲ୍ଲା ଲାଠୋର ହାଟକୁ ଯାଇଥିଲେ। ଅର୍ଜୁନ୍‌ ହାଟରେ କିଣାକିଣ କରୁଥିବାରେ ପୁଅ ନିଖୋଜ ହୋଇଯାଇଥିଲା। ଚାରିଆଡେ ପୁଅକୁ ଖୋଜିଥିଲେ। ହେଲେ ପୁଅକୁ ପାଇନଥିଲେ। ହାଟକୁ ଆସିଥିବା ଲୋକଙ୍କୁ ନିଜ ପୁଅ ସମ୍ପର୍କରେ ପଚାରିଥିଲେ। ଜଣେ ମହିଳା ଛୁଆକୁ ନେଇ ଯାଉଥିବା କିଛି ଲୋକ କହିଥିଲେ। ଏହାପରେ ଅର୍ଜୁନଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ସେପଟେ ହାଟରୁ ପୁଅ ଅପହରଣ ହୋଇଥିବା ଜାଣି ଅର୍ଜୁନଙ୍କ ପତ୍ନୀ ରାଜକୁମାରୀ ବେମାଲ୍‌ ବିଚଳିତ ହୋଇପଡ଼ିଥିଲେ।

ତେବେ କିଏ ଓ କାହିଁକି ୫ ବର୍ଷର ପୁଅ ହୃଦାସନଙ୍କୁ ଅପହରଣ କରିଥିଲା? ସେ ସମ୍ପର୍କରେ କିଛି ତଥ୍ୟ ପାଉନଥିଲେ ଅର୍ଜୁନ ଓ ତାଙ୍କ ପତ୍ନୀ। ତେବେ ମନ ଭିତରେ ନିଜର ଦୂର ସମ୍ପର୍କୀୟା ପଦ୍ମିନୀ ମାଝୀଙ୍କ ଉପରେ ସନ୍ଦେହ ହୋଇଥିଲା। ତେଣୁ ତାଙ୍କ ବିରୋଧରେ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ନୂଆପଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

Advertisment

ପୁଲିସ୍‌ ପ୍ରଥମେ ପଦ୍ମିନୀ ମାଝୀଙ୍କ ମୋବାଇଲ୍‌ ଟ୍ରାକ୍‌ କରିଥିଲା। ସେହି ସମୟରେ ପଦ୍ମିନୀ ମାଝୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ପଦ୍ମିନୀ ତେଲେଙ୍ଗାନା ରାଜକୋନା ଥାନା ରାମୋଜୀ ଫିଲ୍ମ ସିଟି ପାଖାପାଖ ଅଞ୍ଚଳରେ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ତେଣୁ ତେଲେଙ୍ଗାନା ପୁଲିସ୍‌ ସହାୟତାରେ ନୂଆପଡ଼ା ପୁଲିସ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସ୍‌ ସେଠାରୁ ପଦ୍ମିନୀ, ତାଙ୍କ ପ୍ରେମିକ ଦୁର୍ଯୋଧନ ବରିହାଙ୍କୁ ଧରିଥିଲା। ଏଥିସହ ଅପହରଣ ହୋଇଥିବା ଅର୍ଜୁନଙ୍କ ପୁଅ ହୃଦାସନଙ୍କୁ ଉଦ୍ଧାର କରିଥିଲା। ହୃଦାସନଙ୍କ ମେଡ଼ିକାଲ୍‌ ଚେକ୍‌ଅପ୍‌ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପରେ ଉଭୟଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା କୋମନା ପୁଲିସ୍‌।

Nuapadaଉଦ୍ଧାର ହୋଇଥିବା ପିଲା

ମିଳିଥିବା ସୂଚନାରୁ ଅନୁସାରେ ବଲାଙ୍ଗିର ଜିଲ୍ଲା ମଣ୍ଡଳ ଗାଁର ପଦ୍ମନୀ ମାଝୀ ଓ ନୂଆପଡା ବାଞ୍ଜିପଡ଼ା ଗ୍ରାମର ଦୁର୍ଯୋଧନ ବରିହା ଉଭୟ ବିବାହିତ। ଉଭୟଙ୍କର ଘର ସଂସାର ଓ ପିଲା ଛୁଆ ଅଛନ୍ତି। ତଥାପି ଉଭୟ ପ୍ରେମରେ ପଡ଼ିଥିଲେ। ଭିକ୍ଷା ବୃତ୍ତିରେ ନିୟୋଜନ ପାଇଁ ପିଲା ଚୋରି କରିଥିଲେ। ଆନ୍ଧ୍ରପ୍ରଦେଶରେ ବିଭିନ୍ନ ମନ୍ଦିରରେ ଭିକ୍ଷା ବୃତ୍ତିରେ ନିୟୋଜନ ପାଇଁ ପିଲାକୁ ଚୋରି କରିଥିବା ଜେରା ବେଳେ ଉଭୟ ସ୍ୱୀକାର କହିଥିବା ପୁଲିସ୍‌ କହିଛି। ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ଅପହରଣ ହୋଇଥିବା ୫ ବର୍ଷୀୟ ବାଳକ ହୃଦାସନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଅଛି। ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ୧୧ ଦିନ ପରେ ମାଆ କୋଳକୁ ଫେରିଛି ପୁଅ। ଆଉ ପୁଅକୁ କୋଳରେ ଧରି ଅତି ଆନନ୍ଦିତ ହୋଇଛନ୍ତି ମାଆ ରାଜକୁମାରୀ। ଏଥିପାଇଁ ସେ କୋମନା ପୁଲିସ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Crime Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe