/odisha-reporter/media/post_attachments/uploadimage/library/16_9/16_9_0/Gold_1724690716.jpg)
Gold
କିଲେ କି ଦୁଇ କିଲୋ ନୁହେଁ। ଜବତ ହୋଇଛି ୫୦ କେଜି ସୁନା ସହ ୨ କୁଇଣ୍ଟାଲ ରୂପା । ଭୁବନେଶ୍ବର ବିମାନବନ୍ଦର ପାଖରୁ ଏତେ ପରିମାଣର ସୁନା ଏବଂ ରୁପା ଜବତ କରିଛି ସିଟି ଜିଏସଟି ବିଭାଗ। ଏସବୁ ସୁନା ଏବଂ ରୂପାକୁ ଟଙ୍କା ବୁହା ଗାଡ଼ିରୁ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
Advertisment
୨ଟି ଗାଡ଼ିରେ ସୁନା, ରୁପା ଆସୁଥିବା ବେଳେ ଧରିଥିଲା ସ୍କ୍ବାଡ୍। ତେବେ କେଉଁଠାରୁ ଏହି ସୁନା ଆସୁଥିଲା ? ଏତେ ପରିମାଣର ସୁନା, ରୁପା କାହାର ? ସେନେଇ ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇପାରିନାହିଁ। ୨ଟି ଗାଡ଼ିରେ ଥିବା ୪ ଜଣଙ୍କୁ ସିଟି-ଜିଏସଟି ଟିମ୍ ଧରି ପଚରାଉଚରା ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
