/odisha-reporter/media/post_attachments/uploadimage/library/16_9/16_9_0/IMAGE_1686126880.jpg)
Cyber Fraud
୫୦ ଟଙ୍କାର ଲୋଭ ଦେଖାଇ ନେଇଗଲେ ୩ ଲକ୍ଷରୁ ଅଧିକ ଟଙ୍କା। ସାଇବର ଫ୍ରଡର ଶିକାର ହୋଇଛନ୍ତି ଭୁବନେଶ୍ବରର ଜଣେ ମହିଳା। ଟେଲିଗ୍ରାମରେ ରେଟିଙ୍ଗ ଦେଇ ସହଜରେ ଅର୍ଥ ରୋଜଗାର କରିବା ଆଶାରେ ଫସିଛନ୍ତି।
Advertisment
ଘଟଣାଟି ହେଉଛି ନୟାପଲ୍ଲୀର ସ୍ମିତା ଚୌଧୁରୀ ନାମକ ମହିଳା ଟେଲିଗ୍ରାମ ଗ୍ରୁପରେ କିଛି ରେଟିଙ୍ଗ ଦେଇଥିଲେ। ଗୋଟେ ରେଟିଙ୍ଗରେ ୫୦ ଟଙ୍କାର ପାଇବେ ବୋଲି ସାଇବର ଠକ ଲୋଭ ଦେଖାଇଥିଲେ। ପର୍ଯ୍ୟାୟ କ୍ରମେ ୨ ହାଜର ଟଙ୍କା ଦେଲେ ମୂଳ ଟଙ୍କା ସହ ରେଟିଙ୍ଗ ଟଙ୍କା ଡବଲ ହେଇଯିବ। ଏମିତି ଲୋଭ ଦେଖାଇ ପର୍ଯ୍ୟାୟ କ୍ରମେ ମହିଳାଙ୍କ ଠାରୁ ୩ ଲକ୍ଷ ୩୬ ହାଜର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
