Advertisment

ବନ୍ଧୁକ ଦେଖାଇ SBI ଗ୍ରାହକ ସେବା କେନ୍ଦ୍ରରୁ ୫୦ ହଜାର ଲୁଟ୍‌

SBI ଗ୍ରାହକ ସେବା କେନ୍ଦ୍ରକୁ ଆଜି ଦୁଇ ଜଣ ଯୁବକ ଏକ ବାଇକରେ ଆସିଥିଲେ। ସେବା କେନ୍ଦ୍ରର ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଆଉ କାଉଣ୍ଟରରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇ ସେଠାରୁ ଫେରାର ମାରିଥିଲେ।

ଅଦ୍ୟତନ ହୋଇଛି
SBI

SBI

Advertisment

ବନ୍ଧୁକ ଦେଖାଇ ଲୁଟ ଅଭିଯୋଗ। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ବିରଙ୍ଗାଟୋଲି ଠାରେ ଥିବା SBI ଗ୍ରାହକ ସେବା କେନ୍ଦ୍ରରେ।

Advertisment

ଏହି SBI ଗ୍ରାହକ ସେବା କେନ୍ଦ୍ରକୁ ଆଜି ଦୁଇ ଜଣ ଯୁବକ ଏକ ପଲସର ବାଇକରେ ଆସିଥିଲେ। ସେବା କେନ୍ଦ୍ରରେ ଥିବା ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଆଉ କାଉଣ୍ଟରରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇ ସେଠାରୁ ଫେରାର ମାରିଥିଲେ।

ଲୁଟାରେମାନେ ଗଲାପରେ ଗ୍ରାହକ ସେବା କେନ୍ଦ୍ରର ମାଲିକ କୁତ୍ରା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ଭିତରେ ଏକ ଅଫୁଟା ଗୁଳି ପାଇଥିଲା। ତେବେ ଗ୍ରାହକ ସେବା କେନ୍ଦ୍ରରୁ ଏଭଳି ଲୁଟ ହେବା ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ ବାର ଏହିଭଳି ଲୁଟ୍ ହୋଇଛି। ଲୁଟେରାଙ୍କ ଟାର୍ଗେଟରେ ଗ୍ରାହକ ସେବା କେନ୍ଦ୍ର ରହିଥିବା ପୁଲିସ କହିଛି। 

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe