Advertisment

ଲକ୍ଷ୍ମୀ ବସରେ ଚାକିରି କରାଇବା ପାଇଁ 50 ହଜାର ଟଙ୍କା ଲାଞ୍ଚ ! ୨ଜଣଙ୍କୁ ବାନ୍ଧିଲା ପୁଲିସ

ବଲାଙ୍ଗିର ଜିଲ୍ଲାରୁ ଆସିଲା ସଂଘାତିକ ଅଭିଯୋଗ। କଣ୍ଡକ୍ଟର ଚାକିରି କରାଇ ଦେବାକୁ କହି ଜଣକ ପିଛା ପଚାଶ ହଜାର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।

author-image
Manoj Swain

ବଲାଙ୍ଗିର ଜିଲ୍ଲାରୁ ଆସିଲା ସଂଘାତିକ ଅଭିଯୋଗ। ଲକ୍ଷ୍ମୀ ବସ ଛିଡା ହୋଇଛି, ଗଡିବା ଆରମ୍ଭ ହୋଇନି। କିନ୍ତୁ ବେପାର ଆରମ୍ଭ ହୋଇଗଲାଣି। ବଲାଙ୍ଗିର ବସଷ୍ଟାଣ୍ଡରୁ ଆସିଛି ଏପରି ସାଂଘାତିକ ଚିତ୍ର। ନାଲି ଟି ସାର୍ଟ ପିନ୍ଧିଥିବା ଏ ବ୍ୟକ୍ତି ଜଣକ କୌଣସି ସୁତ୍ରରୁ ଖବର ଦେଇ ବେକାର ଯୁବକ ମାନଙ୍କୁ ଜମା କରିଥଲେ। ଲକ୍ଷ୍ମୀ ବସ ପାଇଁ କଣ୍ଡକ୍ଟର ଚାକିରି କରାଇ ଦେବାକୁ କହି ଜଣକ ପିଛା ପଚାଶ ହଜାର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balangir