Advertisment

ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କଠାରୁ ୫୦ ହଜାର ଲୁଟ୍

ଟୋଲଗେଟ୍‌ରୁ ପ୍ରାୟ ୩ କିମି ଭିତରେ ଏହି ଲୁଟ ହୋଇଛି। ପୁଲିସ ଟୋଲ୍‌ ଗେଟ୍ କ୍ୟାମେରା ଯାଞ୍ଚ କରୁଛି।

Accident

Accident

Advertisment

ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଅନୁଗୋଳ ଜିଲ୍ଲା ଖମାର ଥାନା ବରକଳାପାଳ ଗାଁ ନିକଟରେ ଘଟିଛି ଏହି ଘଟଣା।

Advertisment

ବ୍ୟବସାୟୀ ଜଣଙ୍କ ତାଳଚେର ଅଞ୍ଚଳର। ଖମାର ଓ ତେଲକୋଇ ଅଞ୍ଚଳରୁ ବ୍ୟବସାୟ ସାରି ଟଙ୍କା ଧରି ତାଳଚେର ଅଭିମୁଖେ ଫେରୁଥିଵା ବେଳେ ଲୁଟର ଶିକାର ହୋଇଛନ୍ତି ସେ। ଦୁର୍ବୃତ୍ତମାନେ ବାଇକରେ ଆସିଥିଲେ ବୋଲି ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ଜଣଙ୍କ କହିଛନ୍ତି। 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଟୋଲଗେଟ୍‌ରୁ ପ୍ରାୟ ୩ କିମି ଭିତରେ ଏହି ଲୁଟ ହୋଇଛି। ପୁଲିସ ଟୋଲ୍‌ ଗେଟ୍ କ୍ୟାମେରା ଯାଞ୍ଚ କରୁଛି।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe