Advertisment

ହନିଟ୍ରାପରେ ଫସିଗଲେ ୫୦ ବର୍ଷ ବୟସ୍କ ବ୍ୟକ୍ତି, ପୁଅ ସାଜି ମୁକୁଳାଇଲା ପୁଲିସ

ଫୋନରେ ପ୍ରେମ କରି ହନିଟ୍ରାପରେ ଫସିଗଲେ ଉତ୍ତରପ୍ରଦେଶର ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି। ମୁକୁଳାଇବା ପାଇଁ ୩ ଲକ୍ଷ ଟଙ୍କା ମାଗିଲେ ଅପହରଣକାରୀ। ପୀଡ଼ିତଙ୍କ ପୁଅ ସାଜି ହନିଟ୍ରାପର ପର୍ଦ୍ଦାଫାସ କଲା ପୁଲିସ।

Kidnapper Arrested

Kidnapper Arrested

Advertisment

ପ୍ରଥମେ ଫୋନରେ କଥା ହୋଇ ପ୍ରମ ଜାଲରେ ଫସାଉଥିଲେ, ତା’ପରେ ଦେଖା ହେବା ପାଇଁ ଝାଂସୀ ଡାକୁଥିଲେ। ଏହି ଟ୍ରାପରେ ଯିଏ ପଡ଼ୁଥିଲା, ତାକୁ କରିନେଉଥିଲେ ଅପହରଣ। ଏମିତି ଲୋକଙ୍କୁ ଅପହରଣ କରି ସେମାନଙ୍କ ମୁକ୍ତି ପାଇଁ ପରିବାରଠୁ ଟଙ୍କା ଆଦାୟ କରୁଥିବା ଏକ ହନିଟ୍ରାପର ପର୍ଦ୍ଦାଫାସ କରିଛି ଉତ୍ତରପ୍ରଦେଶ ପୁଲିସ। ମାମଲାରେ ହନିଟ୍ରାପ୍ ଚଳାଉଥିବା ଜଣେ ମହିଳାଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏଥିସହ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏହି ଗ୍ୟାଙ୍ଗର କବଳରୁ ସୁରକ୍ଷିତ ଭାବରେ ମୁକ୍ତ କରାଯାଇଛି।

Advertisment

ବାସ୍ତବରେ ଉତ୍ତରପ୍ରଦେଶ ଲଳିତପୁରରେ ୫୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳାଙ୍କ ସହ ଫୋନରେ କଥା ହେବାବେଳେ ତାଙ୍କ ପ୍ରେମ ଜାଲରେ ଫସିଥିଲେ। ମହିଳା ଜଣକ ମଧ୍ୟ ବ୍ୟକ୍ତିଙ୍କୁ ଭଲ ପାଉଥିବା ବିଶ୍ୱାସ ଦେଇଥିଲେ। କିଛିଦିନ ପରେ ମହିଳା ଜଣକ ଦେଖା ହେବା ପାଇଁ ବ୍ୟକ୍ତିଙ୍କୁ ଝାଂସୀ ଡାକିଥିଲେ। ବ୍ୟକ୍ତି ଜଣକ ମଧ୍ୟ ନିଃସନ୍ଦେହରେ ଝାଂସୀରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଯେ ସେ ହନିଟ୍ରାପର ଶିକାର ହୋଇସାରିଥିଲେ, ଏକଥା ସେ କଳ୍ପନା ବି କରିପାରିନଥିଲେ।

ଅପହରଣ କରି ଖୁବ ମାରିଲେ
ପ୍ରେମିକାକୁ ଦେଖା କରିବାକୁ ଝାଂସୀ ପହଞ୍ଚବା ପରେ ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ ସେଠାରେ ଅପେକ୍ଷା କରିଥିବା ମହିଳା ଓ ତାଙ୍କ ସହଯୋଗୀ।ପୀଡିତଙ୍କୁ ଗୋଟିଏ ଘରକୁ ଅପହରଣ କରି ନେଇ ଦୁଇ ଦିନ ପର୍ଯ୍ୟନ୍ତ ଖୁବ ମାଡ ମାରିଥିଲେ। ତୃତୀୟ ଦିନରେ ତାଙ୍କୁ ମୁକୁଳାଇବା ପାଇଁ ପରିବାରକୁ ୩ ଲକ୍ଷ ଟଙ୍କା ମାଗିଥିଲେ। ପୀଡ଼ିତଙ୍କ ପୁଅ ତୁରନ୍ତ ପୁଲିସ ନିକଟରେ ପହଞ୍ଚିଥିଲେ। ଆଉ ପୁଲିସ ଏକ ଜାଲ ବିଛାଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

Advertisment

ପୀଡ଼ିତଙ୍କ ପୁଅ ସାଜି ଅଭିଯୁକ୍ତଙ୍କୁ ଧରିଲା ପୁଲିସ
ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ଚାରିଟି ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ଏକ ନୂଆ ରଣନୀତି ବନାଇଲା। ଲଳିତପୁର ପୁଲିସର ଜଣେ ଅଧିକାରୀ ପୀଡ଼ିତଙ୍କ ପୁଅ ହୋଇ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗ କରିଥିଲେ। ଅପହରଣକାରୀଙ୍କ କହିବା ମୁତାବକ ସେହି ସ୍ଥାନକୁ ଟଙ୍କା ନେଇ ଆସିଥିଲେ। ହେଲେ ଟଙ୍କା ଦେବା ପୂର୍ବରୁ ବାପାଙ୍କୁ ଦେଖିବାକୁ ଚାହୁଁଥିବା ସେ କହିଥିଲେ। ଅଭିଯୁକ୍ତମାନେ ତାଙ୍କୁ ସାଙ୍ଗରେ ନେଇ ବ୍ୟକ୍ତିଙ୍କୁ ଅପହରଣ କରି ରଖିଥିବା ସ୍ଥାନକୁ ନେଇଯାଇଥିଲେ। ବାସ୍, ଏହିଠାରେ ହିଁ ସଫଳ ହୋଇଥିଲା ପୁଲିସର ରଣନୀତି। ସେମାନଙ୍କୁ ସବୁ ଦିଗରୁ ପିଛା କରୁଥିବା ପୁଲିସ ସେହି ଘରେ ପଶିଯାଇଥିଲେ। ଘଟଣାସ୍ଥଳରୁ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି।

ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ହନିଟ୍ରାପ୍ ବିଷୟରେ ଅନେକ କଥା ସ୍ୱୀକାର କରିଛନ୍ତି। ସେମାମନେ କହିଛନ୍ତି ଯେ ସେମାନଙ୍କ ଗ୍ୟାଙ୍ଗରେ ଅନେକ ମହିଳା ଅଛନ୍ତି, ଯେଉଁମାନଙ୍କୁ ବ୍ୟବହାର କରି ସେମାନେ ଲୋକଙ୍କୁ ପ୍ରେମ ଜାଲରେ ଫସାନ୍ତି। ଏହାପରେ ସେମାନେ ମହିଳାଙ୍କ ଦ୍ୱାରା ସେମାନଙ୍କୁ ଭେଟିବା ପାଇଁ ଡାକି ଅପହରଣ କରିନିଅନ୍ତି। ଏବଂ ପରେ ତାଙ୍କ ମୁକ୍ତି ପାଇଁ ପରିବାରକୁ ଟଙ୍କା ଦାବି କରନ୍ତି। ଏସପି ମହମ୍ମଦ ମୁସ୍ତାକ ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲକୁ ପଠାଇଛନ୍ତି। ଅନ୍ୟପଟେ ହନିଟ୍ରାପ୍ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବା ପାଇଁ ଅଧିକ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି।

Honeytrap UP Honey Trap UP Man Rescued From Honey Trap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe