Advertisment

ମୂର୍ତ୍ତି ବିସର୍ଜନ ସମୟରେ ସାମ୍ପ୍ରଦାୟିକ ହିଂସା, ୫୨ ଜଣ ଅଟକ

ଗତକାଲି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ମାଣ୍ଡୟାରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା।

ଅଦ୍ୟତନ ହୋଇଛି
Karnataka Road

Karnataka Road

Advertisment

କର୍ଣ୍ଣାଟକରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ସାମ୍ପ୍ରଦାୟିକ ହିଂସା ଘଟଣାରେ ୫୨ ଜଣଙ୍କୁ ଅଟକ ରଖିଛି ପୁଲିସ। ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳାକୁ ନେଇ ପୁଲିସ ଆଜି ୫୨ ଜଣଙ୍କୁ ଅଟକ ରଖିଛି। ଗତକାଲି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ମାଣ୍ଡୟାରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା।

Advertisment

ସୂଚନା ଅନୁସାରେ, ନାଗମଙ୍ଗଳା ଟାଉନ୍‌ ଥାନା ଅଞ୍ଚଳ ମାଣ୍ଡୟାରେ ଗତକାଲି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ବାହାରିଥିଲା। ମୈସୁର ରୋଡରେ ଶୋଭାଯାତ୍ରା ଯିବା ସମୟରେ କିଛି ଲୋକ ପଥର ମାଡ଼ କରିଥିଲେ। ଏପରିକି ସେମାନେ ମଧ୍ୟ ଖଣ୍ଡା ବୁଲାଇ ଭୟଭୀତ କରିଥିଲେ।

ଫଳରେ ଶୋଭାଯାତ୍ରାରେ ଯାଉଥିବା ଲୋକେ ଅନ୍ୟ ଗୋଷ୍ଠୀ ଉପରକୁ ପାଲଟା ଆକ୍ରମଣ କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ସହ ପଥର ମାଡ଼ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ କିଛି ଦୋକାନରେ ନିଆଁ ଲଗାଇ ଦେଇଥିଲେ ଏବଂ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ।

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପଥରେ ମାଡ଼ରେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ। ଆଜି ଏହି ଘଟଣାରେ ପୁଲିସ ୫୨ ଜଣ ଲୋକଙ୍କୁ ଅଟକ ରଖିଛି। ସେପଟେ ଅଟକ ଥିବା ଲୋକଙ୍କ ସମ୍ପର୍କୀୟ ଥାନା ଘେରାଉ କରିଛନ୍ତି। ସେମାନେ କିଛି ଭୁଲ୍ କରିନାହାନ୍ତି, ତୁରନ୍ତ ଛାଡ଼ିବାକୁ ଦାବି କରିଛନ୍ତି। 

Communal Clash Karnataka Ganesh Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe