Advertisment

୫୨୨ ଗ୍ରାମ ବ୍ରାଉନ ସୁଗାର ଜବତ ,୨ ଗିରଫ

ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି

accused

accused

Advertisment

ବେଆଇନ ବ୍ରାଉନ ସୁଗାର କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୁରୀ ପୁଲିସ। ସେମାନଙ୍କ ଠାରୁ ୫୨୨ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। ଗିରଫ ବ୍ୟକ୍ତି ମାନେ ହେଲେ ଶଦେବାଶିଷ ଦାସ, ଶୁଭମ ପଟ୍ଟନାୟକ ଉଭୟ ଖୋଦ୍ଧାର।

Advertisment

ତାଳବଣିଆ ହେଲିପ୍ୟାଡ୍ ନିକଟରେ ବ୍ରାଉନ ସୁଗାର କାରବାର ଚାଲୁଥିବାର କୌଣସି ସୁତ୍ରରୁ ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ସେଠାରୁ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଆଜି ପୁରୀ ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ତେବେ ଘଟଣାସ୍ଥଳରୁ ଗ୍ରାହାକ ଫେରାର ହୋଇଯାଇଛି। ତାକୁ ଗିରଫ କରିବା ପାଇଁ ପୁଲିସ ଚଢ଼ାଉ ଜାରୀ ରଖିଛି। ପୁରୀ ସହରରେ ନିଶା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରୀ ରହିବ ବୋଲି ଏସପି କହିଛନ୍ତି।

Advertisment
Puri Brown Sugar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe