Rape
ରାଜ୍ୟରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ମହିଳା ଓ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ୍ ପ୍ରତିବର୍ଷ ହାରାହାରି ୧୧୪ଜଣ ଆଦିବାସୀ ବର୍ଗର ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
Advertisment
ଆଜି ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ନିର୍ଯାତନା ନିବାରଣ ଆଇନ ଅନ୍ତର୍ଗତ ସେମାନେ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ମୋଟ ମାମଲା ମଧ୍ୟରୁ ୫୦୯ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ୩୨ଟି ମାମଲାର ଫଇସଲା ସରିଛି । ବାକି ୩୧ଟି ମାମଲା ଏବେ ତଦନ୍ତାଧୀନ ରହିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
