୫ ବର୍ଷରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୫୭୨ ଜଣ ଆଦିବାସୀ ଛାତ୍ରୀ ଓ ମହିଳା

ଆଜି ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ।

Representational Image

  • Published: Friday, 06 September 2024
  • , Updated: 06 September 2024, 10:41 PM IST

ରାଜ୍ୟରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ମହିଳା ଓ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ୍ ପ୍ରତିବର୍ଷ ହାରାହାରି ୧୧୪ଜଣ ଆଦିବାସୀ ବର୍ଗର ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ନିର୍ଯାତନା ନିବାରଣ ଆଇନ ଅନ୍ତର୍ଗତ ସେମାନେ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ମୋଟ ମାମଲା ମଧ୍ୟରୁ ୫୦୯ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ୩୨ଟି ମାମଲାର ଫଇସଲା ସରିଛି । ବାକି ୩୧ଟି ମାମଲା ଏବେ ତଦନ୍ତାଧୀନ ରହିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।

Related story