Advertisment

ବିହାର ଚାଲାଣ ହେଉଥିଲା ୫୮୮ କେଜି ଗଞ୍ଜେଇ

ଗଜପତି ଜିଲ୍ଲାରୁ ବିହାରକୁ ଏହି ଗଞ୍ଜେଇକୁ ବସ୍ତାରେ ଭର୍ତ୍ତି କରି ଚାଲାଣ ହେଉଥିଲା। ହେଲେ ରାଜ୍ୟ ପାରି ହେବା ପୂର୍ବରୁ ଏହି ଟ୍ରକ୍‌କୁ ଜବତ କରିଛି ପୁଲିସ।

588kg ganja seized

588kg ganja seized

Advertisment

ଫିଲ୍ମ ଷ୍ଟାଇଲରେ ଟ୍ରକରେ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା ପ୍ରାୟ ୫୮୮ କେଜି ଗଞ୍ଜେଇ। ଗଜପତି ଜିଲ୍ଲାରୁ ବିହାରକୁ ଏହି ଗଞ୍ଜେଇକୁ ବସ୍ତାରେ ଭର୍ତ୍ତି କରି ଚାଲାଣ ହେଉଥିଲା। ହେଲେ ରାଜ୍ୟ ପାରି ହେବା ପୂର୍ବରୁ ଏହି ଟ୍ରକ୍‌କୁ ଜବତ କରିଛି ପୁଲିସ। ଏଥିରୁ ସମସ୍ତ ଗଞ୍ଜେଇ ବସ୍ତାକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି।

Advertisment

ଗିରଫ ଡ୍ରାଇଭର ଜଣକ ବିହାର ପାଟନାର ମଧୁସୂଦନ କୁମାର ସିଂ। ଏନେଇ ସୂଚନା ଦେଇଛନ୍ତି ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ସବ୍ୟସାଚି ମଲ୍ଲ। ପୁଲିସ ପାଟ୍ରୋଲିଂ ବେଳେ ସନ୍ଦେହରେ ଏହି ଟ୍ରକ୍‌କୁ ଯାଞ୍ଚ କରିଥିଲା। ସାନଖେମୁଣ୍ଡି ତହସିଲଦାର ଡ଼ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଯାଞ୍ଚ ବେଳେ ଟ୍ରକ୍‌ ଡାଲାରୁ ୫୮୭ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

Gajapati District Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe