Advertisment

ଖୋର୍ଦ୍ଧା: ୫ ଡକାୟତକୁ ଗିରଫ କଲା ଜଙ୍କିଆ ପୋଲିସ

ଖୋର୍ଦ୍ଧା: ୧୬ ନମ୍ୱର ଜାତୀୟ ରାଜପଥର ଡାହାଣିଗାଡିଆ ପୋଲ ନିକଟରେ ଡକାୟତି ଉଦ୍ୟମ ଯୋଜନା ଚଳାଇଥିବା ବେଳେ ଜଙ୍କିଆ ପୋଲିସ ୫ ଜଣ ଡକାୟତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗଂଜାମର ସଂଜୟ ସେଠୀ ଏବଂ ପବିତ୍ର ଦଳ ବେହେରା , ଯାଜପୁରର ସେକ୍ ଆଫତାବୁଦିନ , ବେଗୁନିଆର ନବ କୁମାର ସାହୁ ଓ ବଲାଙ୍ଗିରର ରବୀନ୍ଦ୍ର ତ୍ରିପାଠୀ। ସେମାନଙ୍କ ନିକଟରୁ ଗୋଟିଏ ଇଣ୍ଡିକା କାର ସହିତ ,ଦେଶୀ ପିସ୍ତଲ , ଛୁରି , […]

ଖୋର୍ଦ୍ଧା: ୫ ଡକାୟତକୁ ଗିରଫ କଲା ଜଙ୍କିଆ ପୋଲିସ

loot

Advertisment

ଖୋର୍ଦ୍ଧା: ୧୬ ନମ୍ୱର ଜାତୀୟ ରାଜପଥର ଡାହାଣିଗାଡିଆ ପୋଲ ନିକଟରେ ଡକାୟତି ଉଦ୍ୟମ ଯୋଜନା ଚଳାଇଥିବା ବେଳେ ଜଙ୍କିଆ ପୋଲିସ ୫ ଜଣ ଡକାୟତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗଂଜାମର ସଂଜୟ ସେଠୀ ଏବଂ ପବିତ୍ର ଦଳ ବେହେରା , ଯାଜପୁରର ସେକ୍ ଆଫତାବୁଦିନ , ବେଗୁନିଆର ନବ କୁମାର ସାହୁ ଓ ବଲାଙ୍ଗିରର ରବୀନ୍ଦ୍ର ତ୍ରିପାଠୀ। ସେମାନଙ୍କ ନିକଟରୁ ଗୋଟିଏ ଇଣ୍ଡିକା କାର ସହିତ ,ଦେଶୀ ପିସ୍ତଲ , ଛୁରି , ବ୍ଲେଡ୍ , ଶାବଳ , କରତ ଓ ଲଙ୍କା ଗୁଣ୍ଡ ପ୍ୟାକେଟ୍ ପୋଲିସ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
ଏମାନେ ସମସ୍ତେ ଭୁବନେଶ୍ୱରର ଏକ ବସ୍ତିରେ ଭଡାରେ ରହି ଜାତୀୟ ରାଜପଥରେ ଡକାୟତି କରୁଥିଲେ ବୋଲି ଏସପି ଦିଲ୍ଲୀପ ଦାସ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe