Advertisment

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଗଳା କାଟି ପୋଖରୀ ହୁଡାରେ ଫିଙ୍ଗିଦେଲେ!

ଆଜି ସକାଳେ ଘରଠାରୁ କିଛି ଦୂରରେ ଚନ୍ଦନପୋଖରୀ ହୁଡାରେ ଜ୍ୟୋତିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମୃତଦେହ ଚିହ୍ନିଥିଲେ।

Cuttack

Cuttack

Advertisment

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଗଳା କାଟି ପୋଖରୀ ହୁଡାରେ ଫିଙ୍ଗିଦେଲେ! ଆଜି ସକାଳେ ଏପରି ଚିତ୍ର ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଜଗତପୁର ଥାନା ପୂର୍ବକଚ୍ଛ ଗାଁର ଜ୍ୟୋତି ପ୍ରକାଶ ବେହେରା ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ଶନିବାର ସ୍କୁଲ ଯାଇଥିଲେ। ହେଲେ ଘରକୁ ଫେରିନଥିଲା। ଦିନ ଯାଇ ରାତି ହେଲା। ହେଲେ ଜ୍ୟୋତି ଘରକୁ ଫେରିଲାନାହିଁ। ପରିବାର ଲୋକେ ଚାରିଆଡ଼େ ଖୋଜା ଖୋଜି କରିଥିଲେ। ଏପରି ଜ୍ୟୋତିଙ୍କ ସାଙ୍ଗ ସାଥୀଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ଜ୍ୟୋତିଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇନଥିଲେ।

ଆଜି ସକାଳେ ଘରଠାରୁ କିଛି ଦୂରରେ ଚନ୍ଦନପୋଖରୀ ହୁଡାରେ ଜ୍ୟୋତିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମୃତଦେହ ଚିହ୍ନିଥିଲେ। ଏକ ଧାରୁଆ ଅସ୍ତ୍ରରେ ଜ୍ୟୋତିଙ୍କ ବେକ କଟାଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗତପୁର ଥାନାକୁ ଖବର ଦେଇଥିଲେ ଗାଁ ଲୋକ।

Advertisment

ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଗାଁରେ ପହଞ୍ଚିଥିଲା ପୁଲିସ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ କିଏ ଓ କାହିଁକି ଜ୍ୟୋତିଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ସେପଟେ ଜ୍ୟୋତିଙ୍କ ବାପା କହିଛନ୍ତି, ତାଙ୍କର କାହା ସହିତ ଶତ୍ରୁତା ନାହିଁ।

ରିପୋର୍ଟ-ସାଲେପୁରରୁ ମନୋଜ କୁମାର ଆଚାର୍ଯ୍ୟ

Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe