Advertisment

ମଣିପୁରର ସବୁ ଘଟଣା ଉପରେ ନଜର: ରୁଜୁ ହେଲାଣି ୬ ହଜାର ମାମଲା

ମେ’ ୩ରୁ ମଣିପୁରରେ ହିଂସା ଜାରି ରହିଥିବା ବେଳେ ଏଯାଏ ଏହାକୁ କାବୁ କରିବାରେ ସୁରକ୍ଷାକର୍ମୀ କିମ୍ବା ସରକାରୀ ସଂସ୍ଥା ସକ୍ଷମ ହୋଇ ନାହାନ୍ତି।

Manipur

Manipur

Advertisment

ପୂରା ଦେଶର ମୁଣ୍ଡକୁ ଲଜ୍ଜାରେ ନୁଆଁ ଦେଇଥିବା ମଣିପୁରର ଭାଇରାଲ ଭିଡିଓ ଘଟଣାକୁ ନେଇ ବିବାଦ ଲାଗି ରହିଛି। ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ବିଚ୍‌ ରାସ୍ତାରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ଚଲାଇବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମହିଳାମାନେ କେତେ ସୁରକ୍ଷିତ, ତା’କୁ ନେଇ ପ୍ରଶ୍ନ ଉଠିଛି।

Advertisment

ମେ’ ୩ରୁ ମଣିପୁରରେ ହିଂସା ଜାରି ରହିଥିବା ବେଳେ ଏଯାଏ ଏହାକୁ କାବୁ କରିବାରେ ସୁରକ୍ଷାକର୍ମୀ କିମ୍ବା ସରକାରୀ ସଂସ୍ଥା ସକ୍ଷମ ହୋଇ ନାହାନ୍ତି। କିନ୍ତୁ ଦୁଇ ମହିଳାଙ୍କୁ ଉଲଗ୍ନ କରି ଚଲାଇବାର ଭିଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷାକର୍ମୀ ଓ ସରକାରୀ ଏଜେନ୍ସି ରାଜ୍ୟରେ ଘଟୁଥିବା ସବୁ ହିଂସା ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।

ମେ’ ୩ରୁ ମଣିପୁରରେ ହିଂସା ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଡିଜାଟାଲ ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି। ଏଯାଏ ରାଜ୍ୟରେ ୬ ହଜାର ମାମଲା ରୁଜୁ ହୋଇ ସାରିଲାଣି। ଅଧିକାଂଶ ମାମଲା ପୋଡ଼ାଜଳା ଓ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ରୁଜୁ କରାଯାଇଛି।

Advertisment

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ପୂରା ସ୍ଥିତି ଊପରେ କଡ଼ା ନଜର ରଖିବା ସହ ଅନେକ ଗୁଜବକୁ ବେଶ ସଫଳତାର ସହ ମାତ ଦେଇ ପାରିଛୁ। କିଛି ଘଟଣା ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଥିଲା। କିନ୍ତୁ ଏହାକୁ ସଫଳତାର ସହ ରୋକା ଯାଇ ପାରିଛି।

ରଣନୀତି ଅନୁସାରେ ଭୁଲ ତଥ୍ୟକୁ ଯଥା ସମ୍ଭବ କମ ପ୍ରଚାର ଉପରେ ଫୋକସ କରାଯାଉଛି। ବିଶେଷ କରି ସୋଶାଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ରଖାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ଭିଡିଓ ଫୁଟେଜର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି।”

ମଣିପୁରରେ ହିଂସା ଲାଗି ରହିଥିବାରୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ହତ୍ୟା ଓ ମାରପିଟ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ଠିକ ଭାବେ କରିବାକୁ ସକ୍ଷମ ହେଉ ନାହାନ୍ତି। ଅଧିକାଂଶ ପୁଲିସ୍‌ ଷ୍ଟେସନ ବହୁତ କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ ତଦନ୍ତ କରୁଛନ୍ତି। ସମସ୍ତଙ୍କ ଫୋକସ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ରହିଛି।

ସୁରକ୍ଷାକର୍ମୀଙ୍କ ଅଭାବ ପୂରଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ୧୩୫ କମ୍ପାନୀ ଯବାନଙ୍କୁ ମଣିପୁର ପଠା ଯାଇଛି। ଏମାନେ ରାଜ୍ୟ ପୁଲିସ୍‌ ସହ ମିଶି ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ସ୍ଥିତି ପୂର୍ବାପେକ୍ଷା ସୁଧୁରିଥିବା ବେଳେ ଏବେ ବି ବିଭିନ୍ନ ସ୍ଥାନରେ ହିଂସା ଦେଖା ଯାଉଛି।

ଜଣେ ଅଧିକାରୀ କହିଛନ୍ତି, “ମଣିପୁରର ୧୬ ରାଜ୍ୟ ମଧ୍ୟରୁ ଏବେ ବି ୮ଟିକୁ ସମସ୍ୟା ବହୁଳ ଅଞ୍ଚଳ ଭାବେ ଘୋଷିତ କରାଯାଇଛି। ବିବାଦ ହ୍ରାସ କରିବାକୁ ନିୟମିତ ଭାବେ ସୁରକ୍ଷାକର୍ମୀମାନଙ୍କୁ ବଦଳା ଯାଉଛି।”

ସଂଖ୍ୟାବହୁଳ ମୈତୈ ଓ ସଂଖ୍ୟାଲଘୁ କୁକି ଆଦୀବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଯୋଗୁ ଇତି ମଧ୍ୟରେ ୧୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ୫୦ ହଜାରରୁ ଅଧିକ ଲୋକ ବାସହୀନ ଅବସ୍ଥାରେ ବିଭିନ୍ନ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି।

କିଛି ଦିନ ତଳେ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ମୈତୈ ସଂପ୍ରଦାୟର ଶତାଧିକ ଲୋକ କୁକି ସଂପ୍ରଦାୟର ୨ ଜଣ ମହିଳାଙ୍କୁ ନିବସ୍ତ୍ର କରି ଚଲାଇ ଚଲାଇ ନେଉଥିଲେ। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି।

Manipur Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe