Advertisment

ବନ୍ଧା ହେଲେ ଛାତ୍ର ବେଶରେ ରହୁଥିବା ୬ ସନ୍ଦିଗ୍ଧ ଆଇଏସଆଇଏସ୍‌ ଆତଙ୍କୀ

ଅଭିଯୁକ୍ତମାନେ ଭାରତର ବିଭିନ୍ନ ସ୍ଥାନରେ ବଡ଼ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରୁଥିଲେ ବୋଲି ଆତଙ୍କବାଦ ନିରୋଧ ସ୍କ୍ୱାଡ ଦାବି କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
ISIS

ISIS

ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରୁ ଆତଙ୍କବାଦ ନିରୋଧ ସ୍କ୍ୱାଡ ବା ଏଟିଏସ୍‌ ୬ ଜଣ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଛି।

Advertisment

ସେମାନେ ହେଲେ ରକିବ ଇନାମ, ନାଭେଦ ସିଦ୍ଦିକୀ, ମହମ୍ମଦ ନୋମାନ ଓ ମହମ୍ମଦ ନଜିମ। ଏମାନେ ସମସ୍ତେ ଛାତ୍ର ଭାବେ ସମସ୍ତଙ୍କୁ ପରିଚୟ ଦେଉଥିବା ବେଳେ ବାସ୍ତବରେ ଆଇଏସ୍‌ଆଇଏସ୍‌ ପାଇଁ କାମ କରୁଥିବା ଅଭିଯୋଗ ହୋଇଛି।

ପୁଲିସ୍‌ର କହିବା କଥା ଯେ ଗିରଫ ସମସ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଲିଙ୍କ ଷ୍ଟୁଡେଣ୍ଟ୍ସ ଅଫ ଆଲିଗଡ଼ ୟୁନିଭର୍ସିଟି(ଏସଏଏମୟୁ) ରହିଛି। ଏସ୍‌ଏଏମୟୁ ହେଉଛି ଆଲିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନ। ଅଭିଯୁକ୍ତମାନେ ଭାରତର ବିଭିନ୍ନ ସ୍ଥାନରେ ବଡ଼ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରୁଥିଲେ ବୋଲି ଆତଙ୍କବାଦ ନିରୋଧ ସ୍କ୍ୱାଡ ଦାବି କରିଛି।

Advertisment

ସ୍କ୍ୱାଡର ଜଣେ ଅଧିକାରୀ କହିଛନ୍ତି, ଏଟିଏସ୍‌ ୬ ଜଣ ଯୁବକଙ୍କୁ ଗିରଫ କରିବା ପରେ ଆଲିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନର ଅସଲ ଚେହେରା ସାମ୍ନାକୁ ଆସିଛି। ଏସଏଏମୟୁ ମିଟିଂ ଏବେ ଆଇଏସ୍‌ଆଇଏସ୍‌ର ନୂଆ ନିଯୁକ୍ତି ସେଲରେ ପରିଣତ ହୋଇଛି। ତେଣୁ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିର ରାଡାରରେ ଅଛନ୍ତି। ସନ୍ଦିଗ୍ଧ ଶିକ୍ଷାର୍ଥୀଙ୍କ ଉପରେ ଗୁଇନ୍ଦା ବିଭାଗ ନଜର ରଖିଛି।

କିଛି ଦିନ ତଳେ ଏନଆଇଏ ରିଜୱାନ ଓ ଶାହନୱାଜ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଆଇଏସ୍‌ଆଇଏସ୍‌ ନେଟୱର୍କ ସହ ଜଡ଼ିତ ଯୁବକଙ୍କ ସମ୍ପର୍କରେ ଖବର ମିଳିଛି।

ସେମାନେ ଏନଆଇଏକୁ କହିଛନ୍ତି ଯେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଅନେକ ଶିକ୍ଷାର୍ଥୀ ଆଇଏସ୍‌ଆଇଏସ୍‌ ଲିଙ୍କରେ ରହିଛନ୍ତି। ସେମାନଙ୍କୁ ସୋଶାଲ ମିଡିଆରେ ଭାରତ ବିରୋଧୀ ଅଭିଯାନ ଜାରି ରଖିବା ପାଇଁ କୁହାଯାଇଛି। ରିଜୱାନ ଓ ଶାହନୱାଜଙ୍କ ବୟାନ ପରେ ଏଟିଏସ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ବାନ୍ଧିଛି।

Uttar Pradesh ISIS