Advertisment

ନବଜାତ ଶିଶୁ କନ୍ୟାକୁ ହତ୍ୟା, ମା’ ଗିରଫ

ବନ୍ଦନା ଗତମାସ ୨୭ ତାରିଖରେ ଝିଅକୁ ଘରେ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ୩ ବର୍ଷର ଝିଅ ରହିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Mother of the child

Mother of the child

ଦୀର୍ଘ ମାସର ପ୍ରତିକ୍ଷା ଓ ପ୍ରବଳ ଗର୍ଭଯନ୍ତ୍ରଣା ସହି ଜନ୍ମ ଦେଇଥିବା ଶିଶୁ କନ୍ୟାକୁ ହତ୍ୟା କରିଦେଲା ମା’। ନିଜ ଛୁଆକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଏହି ମା’କୁ ଗିରଫ କରିଛି। ଅଭିଯୁକ୍ତ ମହିଳା ଜଣକ କମର୍ଦ୍ଦା ଥାନା ସିଆଁରୋଇ ଗାଁ ବନ୍ଦନା ପାତ୍ର(୩୦)। ବନ୍ଦନା ଗତମାସ ୨୭ ତାରିଖରେ ଝିଅକୁ ଘରେ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ୩ ବର୍ଷର ଝିଅ ରହିଛି। ପାରିବାରିକ ଚାପର ବଶବର୍ତ୍ତି ହୋଇ ସେ ଏଭଳି ଜଘଣ୍ୟକାଣ୍ଡ ଘଟାଇଥିବା ପୁଲିସ ତଦନ୍ତ ବେଳେ ସୂଚନା ପାଇଛି।

Advertisment

ସୂଚନା ଥାଉକି, ଚଳିତ ମାସ ୫ ତାରିଖରେ ଗାଁରେ ଏକ ଉତ୍ସବ ଚାଲିଥିବା ବେଳେ ହଠାତ୍ ବନ୍ଦନାଙ୍କ ନବଜାତ ଶିଶୁ ନିଖୋଜ ହୋଇଯାଇଥିବା ନେଇ ପ୍ରଚାର ହୋଇଯାଇଥିଲା। ପୁଲିସ ଏନେଇ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହାର ପରଦିନ ଗାଁ ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଠାବ ହୋଇଥିଲା।

ସୂଚନା ପାଇ କମର୍ଦ୍ଦା ଥାନା ଅଧିକାରୀ ଓ ଜଳେଶ୍ଵର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟାର ମାଆ ବନ୍ଦନାଙ୍କ ସମେତ ସ୍ୱାମୀ ବଳାରାମ ପାତ୍ର ଓ ପରିବାରର ୪ ଜଣକୁ ଅଟକ ରଖି ପଚାରାଉଚାରା କରିଥିଲା।

Advertisment

ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ବନ୍ଦନାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ୍ କୁମାର ଦାସ

Crime Story Killers Mother Child Death