Advertisment

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ରାତିକରେ ଗଲାଣି ୬ ମୁଣ୍ଡ, ବାଲାଟ ପେପର ଲୁଟି ବୁଥ୍‌ ଜାଳିଦେଲେ

ଗତ ରାତିକ ମଧ୍ୟରେ ପଶ୍ଚିମବଙ୍ଗରେ ୬ ଜଣଙ୍କ ହତ୍ୟା ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣ ଟିଏମସି କର୍ମୀ ଓ ଜଣେ ବିଜେପି କର୍ମୀ ବୋଲି ଜଣାଯାଇଛି।

Tension Situation

Tension Situation

Advertisment

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ପରଠୁ ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ । ଗତ ରାତିକ ମଧ୍ୟରେ ପଶ୍ଚିମବଙ୍ଗରେ ୬ ଜଣଙ୍କ ହତ୍ୟା ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣ ଟିଏମସି କର୍ମୀ ଓ ଜଣେ ବିଜେପି କର୍ମୀ ବୋଲି ଜଣାଯାଇଛି।

Advertisment

ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ମୁର୍ଶିଦାବାଦ ଅଞ୍ଚଳରେ ୩ ଜଣଙ୍କୁ ଓ କୁଚବିହାର ଅଞ୍ଚଳରେ ଜଣଙ୍କୁ ହତ୍ୟା କରାଯାଇଛି। ମୁର୍ଶିଦାବାଦର ବେଲଡାଙ୍ଗ ଅଞ୍ଚଳରେ ଶନିବାର ସକାଳେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଖାରଗ୍ରାମରେ ଗତ ରାତିରେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ଶୁକ୍ରବାର ରାତିରେ ରେଜିନଗରରେ ବମ ବିସ୍ଫୋରଣରେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଏହାବାଦ କାଚବିହାରର ତୁଫାନଗଞ୍ଜରେ ଶନିବାର ସକାଳେ ଜଣେ ଟିଏମ୍‌ସି କର୍ମକର୍ତ୍ତାଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। କୁଚବିହାରର ଫୋଲିମାରି ଅଞ୍ଚଳରେ ଜଣେ ବିଜେପି ପୁଲିଂ ଏଜେଣ୍ଟଙ୍କୁ ଆଜି ସକାଳେ ଗୁଳି ମାରି ହତ୍ୟା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବାକୁ ୧.୩୫ ଲକ୍ଷ ଯବାନଙ୍କୁ ମୁତୟନ କରାଯାଉଛି। ଏହାସତ୍ତ୍ୱେ ରାଜ୍ୟରେ ହିଂସା ଥମିବା ନାଁ ଧରୁନି।

ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସତ୍ତ୍ୱେ ମତଦାନ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପୁଲିଂ ବୁଥରେ ନିଆଁ ଲଗାଯିବା ସହ ବାଲାଟ ପେପର ଲୁଟ୍‌ ହେବା ପରି ଘଟଣା ସାମନାକୁ ଆସିଛି।

Advertisment

ଏହି ଘଟଣାରେ ନିଜ ପ୍ରତିକ୍ରିୟା ରଖି ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, କ୍ଷମତାସୀନ ଟିଏମ୍‌ସି କର୍ମୀ ବାଲାଟ ପେପପର ଲୁଟୁଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାର ମିଳିତ ଭାବେ ଏହି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହେଉଥିବା ବେଳେ ଏହା ଲୋକଙ୍କ ନିର୍ବାଚନ ବୋଲି କହି ପାରିବୁନି । କେନ୍ଦ୍ରୀୟ ସୁରକ୍ଷା ବଳ ରାଜ୍ୟକୁ ଆସିଛନ୍ତି ସତ କିନ୍ତୁ ସେମାନଙ୍କୁ ବୁଥ୍‌କୁ ପଠାଯାଉନି।

କୁବିହାରର ଦିନାହାଟ ଅଞ୍ଚଳର ଏକ ମତଦାନ କେନ୍ଦ୍ରରେ ଘମାଘୋଟ ଲଢ଼େଇ ହୋଇଛି। ଉକ୍ତ କେନ୍ଦ୍ରରେ ଟିଏମ୍‌ସି କର୍ମୀ ମତଦାନ କେନ୍ଦ୍ରର ଅଧିକାରୀଙ୍କୁ ଆକ୍ରମଣ କରିବା ସହ କେନ୍ଦ୍ରରେ ଭଙ୍ଗାରୁଜା କରିଥିବା ଜଣାଯାଇଛି। ଫଳରେ ମତଦାନକୁ ସ୍ଥଗିତ ରଖାଯାଇଛି।

ପୂର୍ବ ବର୍ଦ୍ଧମାନରେ ବି ସଂଘର୍ଷ ଜାରି ରହିଛି। ସେଠାରେ ଶୁକ୍ରବାର ରାତିରେ ଜଣେ ସିପିଆଇଏମ୍‌ କର୍ମକର୍ତ୍ତାଙ୍କୁ ଗୁଳି ମରାଯାଇଥିବା ବେଳେ ଶନିବାର ସକାଳେ ତାଙ୍କ ମୃତ୍ୟୁ ହୋଇଛି।

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ଦୁର୍ବୃତ୍ତମାନେ ଆଇଏସ୍‌ଏଫ କର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଘଟଣାସ୍ଥଳରୁ ବୋମା ଓ ଗୁଳି ଜବତ ହୋଇଛି। ମାଲଦାରେ ଜଣେ ଟିଏମ୍‌ସି ନେତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି।

West Bengal Political Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe