Advertisment

୩ ଜଣଙ୍କୁ ପିଟିପିଟି ମାରିଲେ, ତା’ପରେ ବେକ କାଟିଲେ; ଜଙ୍ଗଲରେ ଫିଙ୍ଗିଦେଲେ

ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବରପଦା ଗାଁର ମହିଳାମାନେ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ ଜଣେ ମହିଳାଙ୍କ ଆଖିରେ ପୋକ ପଡ଼ିଥିଲା। କିନ୍ତୁ ସେ ମେଡ଼ିକାଲ୍‌ ଯାଇନଥିଲେ। ଯେଉଁଥିପାଇଁ ସେ ନିଜର ଆଖି ହରାଇଥିଲେ।

Oupada

Oupada

Advertisment

ହତ୍ୟା ତ ନୁହେଁ, ବୀଭତ୍ସ ହତ୍ୟାକାଣ୍ଡ! ଜଣେ ପରେ ଜଣେ, ଏମିତି ୩ ଜଣଙ୍କୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କଲେ। ପରେ ଗାଁ ଲୋକଙ୍କୁ ନାଲି ଆଖି ଦେଖାଇ ମୃତଦେହକୁ ପାହାଡ ଉପରକୁ ନେଇଗଲେ। ସେଠାରେ ସେମାନଙ୍କ ବେକ କାଟି ପଥରରେ ଛେଚି ଦେଲେ। ଏପରି ବୀଭତ୍ସ ଓ ଲୋମହର୍ଷଣ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଘଟିଛି। ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

Advertisment

ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବରପଦା ଗାଁର ମହିଳାମାନେ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ ଜଣେ ମହିଳାଙ୍କ ଆଖିରେ ପୋକ ପଡ଼ିଥିଲା। କିନ୍ତୁ ସେ ମେଡ଼ିକାଲ୍‌ ଯାଇନଥିଲେ। ଯେଉଁଥିପାଇଁ ସେ ନିଜର ଆଖି ହରାଇଥିଲେ। ଏଥିପାଇଁ ଗାଁର କିଛି ମହିଳା ସେହି ଗ୍ରାମର ଦାମ୍ପା ସିଂଙ୍କୁ ଦାୟି କରୁଥିଲେ। ଦମ୍ପା ଗୁଣି ଗାରେଡି କରୁଥିବାରୁ ଆଖି ନଷ୍ଟ ହୋଇଛି ବୋଲି ଗୁଜବ ପ୍ରଚାର କରିଥିଲେ। ସେଥିପାଇଁ ଗାଁ ଲୋକଙ୍କ ସହିତ ଦମ୍ପାଙ୍କର ଶତ୍ରୁତା ଲାଗି ରହିଛି।

ଗତ ରବିବାର ସକାଳେ ବରପଦା ଗାଁରେ ଜଣଙ୍କ ଜନ୍ମ ଉତ୍ସବ ହୋଇଥିଲା। ଏଥିରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଆଖପାଖ ଗାଁର ଲୋକଙ୍କୁ ନିମନ୍ତ୍ର କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ଭୋଜି ଖାଇବା ପାଇଁ ଗାଁ ଲୋକେ ଆସିଥିଲେ। ଭୋଜି ଖାଇବା ବେଳେ ଦୁଇ ଗାଁର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ପରେ ବିବାଦ ଶାନ୍ତ ପଡ଼ିଥିଲା। ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଥିଲେ।

Advertisment

ଅଭିଯୋଗ ଅନୁସାରେ ରବିବାର ରାତିରେ ବରପଦା ଗାଁର କିଛି ଯୁବକ ଦମ୍ପାକୁ ଡାକିଥିଲେ। ଗୁଣି ଗାରେଡି କରୁଥିବା କହିବାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ସେମାନେ ଦମ୍ପାକୁ ପିଟିପିଟି ମାରିଦେଇଥିଲେ। ଦମ୍ପାକୁ ଯେତେବେଳେ ମାଡ଼ ହେଉଥିଲା, ସେତେବେଳେ ପଡ଼ୋଶୀ ବୃଦ୍ଧା ସମ୍ୱାରୀ ସିଂ ଦେଖିଥିଲା। ସେ ଗାଁ ଲୋକଙ୍କୁ କହିଦେବ ବୋଲି ଧମକ ଦେଇଥିଲା। ଏହା ପରେ ଯୁବକମାନେ ତାଙ୍କୁ ମଧ୍ୟ ପିଟିପିଟି ମାରିଦେଇଥିଲେ। ସମ୍ୱାରୀଙ୍କୁ ଯେତେବେଳେ ମାଡ଼ ହେଉଥିଲା, ସେତେବେଳେ ଦମ୍ପାଙ୍କ ସ୍ତ୍ରୀ ଗୁରୁବାର ଦେଖିଥିଲେ। ସେ ପ୍ରତିବାସ କରିଥିଲେ। ଯୁବକମାନେ ତାଙ୍କୁ ପିଟିପିଟି ମାରିଦେଇଥିଲେ।

୩ ଜଣଙ୍କୁ ମାରି ଦେବା ପରେ ଯୁବକଙ୍କ ଚେତା ପଶିଥିଲା। କଣ କରିବେ କିଛି ଉପାୟ ପାଇଲେ ନାହିଁ। ପରେ ରାତିରେ ଗାଁରେ ସଭା ହୋଇଥିଲା। ହତ୍ୟା ସମ୍ପର୍କରେ କାହାକୁ ନକରିବା ପାଇଁ କୁହାଯାଇଥିଲା। ଯିଏ ପ୍ରଘଟ କରିବ, ତାକୁ ମାରିଦେବାର ଧମକ ଦିଆଯାଇଥିଲା। ଯେଉଁଥିପାଇଁ ଗାଁ ଲୋକେ ମୁହଁ ଖୋଲିବାକୁ ସାହସ କରିପାରିନଥିଲେ। ଏହା ଅଭିଯୁକ୍ତମାନେ ୩ ମୃତଦେହକୁ ଗାଁରେ ଲୁଚାଇ ଦେଇଥିଲେ। ତା’ପର ଦିନ ଅର୍ଥାତ ଶନିବାର ମୃତଦେହକୁ କାନ୍ଧେଇ ପାହାଡ଼ ଉପରକୁ ନେଇଯାଇଥିଲେ। ସେଠାରେ ସମସ୍ତ ମୃତକଙ୍କ ବେକ କାଟି ଦିଆଯାଇଥିଲା। ତା’ପରେ ମୃତଦେହ ଉପରେ ପଥର ପକାଇ ପୋତି ଦେଇଥିଲେ।

ସେପଟେ ସମ୍ୱାରୀଙ୍କ ପୁଅ ନିରଞ୍ଜନ ସିଂ ଭୁବନେଶ୍ୱରରେ ରହି କାମ କରୁଥିଲେ। ଗତ ୩ ଦିନ ହେଲା ସେ ତାଙ୍କ ମାଆଙ୍କ ପାଖକୁ ଫୋନ୍‌ କରୁଥିଲେ। ହେଲେ କୌଣସି ଉତ୍ତର ପାଉନଥିଲେ। ପରେ ସେ ପଡ଼ୋଶୀ ସମ୍ପର୍କୀୟଙ୍କୁ ଫୋନ୍‌ କରିଥିଲେ। ଗାଁ ଲୋକେ ନିଜ ମାଆଙ୍କ ସମ୍ପର୍କରେ କିଛି କହିପାରିନଥିଲେ। ତେଣୁ ନିରଞ୍ଜନ ଆଜି ଅପରାହ୍ନରେ ଔପଦା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ବରପଦା ଗାଁରେ ପହଞ୍ଚିଥିଲା। ଗାଁ ଲୋକଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ନିକଟସ୍ଥ ପାହାଡକୁ ଯାଇଥିଲା। ସେଠାରେ ୩ଟି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ନିରଞ୍ଜନ ମଧ୍ୟ ନିଜ ମାଆ ଓ ପଡ଼ୋଶୀ ଦମ୍ପତିଙ୍କୁ ଚିହ୍ନି ଥିଲେ। ପରେ ପୁଲିସ୍‌ ମୃତଦେହ ଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଅଟକ ଅଟକ ରଖିଛି। ଗୁଣି ଗାରେଡିରୁ ହତ୍ୟା ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି।

ରିପୋର୍ଟ- ସୋରରୁ ନିରଞ୍ଜନ ବେହେରା

Murder Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe