‘ନିଲମ୍ବନ ହେବେ ୬ ବନ କର୍ମଚାରୀ’ | Odisha Reporter
ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ମାମଲାରେ ଆଠଗଡ଼ ବନ ବିଭାଗର ୬ଜଣ କର୍ମଚାରୀ ନିଲମ୍ବନ ହେବେ। ଆଜି ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ। ସେ କହିଛନ୍ତି, ଗତକାଲି ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ଼ଥିଲା। ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ନିଲମ୍ବନ କରାଯିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
