Advertisment

ସପା ନେତାଙ୍କ ଘର ଉପରକୁ ଭୟଙ୍କର ଗୁଳିମାଡ଼, ପରିବାରର ସମସ୍ତେ ହସ୍ପିଟାଲରେ ଭର୍ତ୍ତି

ବିଜୟ ଯାଦବ ନିଜର ଅଭିଯୋଗରେ କହିଛନ୍ତି ଯେ ଆକ୍ରମଣକାରୀରମାନେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏପରି ଗୁଳିମାଡ଼ କରିଛନ୍ତି।

GUN

GUN

Advertisment

ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ କର୍ପୋରେଟର ବିଜୟ ଯାଦବଙ୍କ ଘର ଉପରକୁ ଘନଘନ ଗୁଳିମାଡ଼ ହୋଇଛି। ଏଥିରେ ପରିବାରର ସମସ୍ତ ୬ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୬ ବର୍ଷର ପିଲା ରହିଛନ୍ତି।

Advertisment

ଉତ୍ତର ପ୍ରଦେଶର ଦଶାଶ୍ୱମେଧ ଅଞ୍ଚଳରେ ରବିବାର ଏପରି ଗୁଳିମାଡ଼ ଘଟଣା ଘଟିଛି। ବିଜୟ ଯାଦବ ନିଜର ଅଭିଯୋଗରେ କହିଛନ୍ତି ଯେ ଆକ୍ରମଣକାରୀରମାନେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏପରି ଗୁଳିମାଡ଼ କରିଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ୍‌ ଅଙ୍କିତ ଯାଦବ, ଶୋଭିତ ବର୍ମା, ଗୋବିନ୍ଦ ଯାଦବ, ଶାହିଲ ଯାଦବ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଗୁଳିମାଡ଼ରେ ନର୍ଭୟ ଯାଦବ(୬), କିରଣ ଯାଦବ, ଉମେଶ ଯାଦବ, ଦୀନେଶ ଯାଦବ ଓ ଶୁବମନ ଓରଫ ଗୋଲୁ ଆହତ ହୋଇଛନ୍ତି।

Advertisment

ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ଗୁଳିମାଡ଼ରେ ବିଜୟ ଯାଦବଙ୍କର କୌଣସି ପ୍ରକାରର କ୍ଷତି ହୋଇନାହିଁ।

ଘଟଣା ପରେ ପୁଲିସ୍‌ କମିଶନର ମୋହିତ ଅଗ୍ରୱାଲ କାର୍ଯ୍ୟରେ ଅବହେଳା ପାଇଁ ଦଶାଶ୍ୱମେଧା ପୁଲିସ୍‌ ଷ୍ଟେସନର ଏସ୍‌ଆଇ ରାକେଶ ପଲଙ୍କୁ ନିଲମ୍ବିତ କରିଛନ୍ତି। ସେହିପରି ପୁଲିସ୍‌ ଏବେ ଗୁଳିମାଡ଼ କରିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ସେମାନଙ୍କ ବିରୋଧରେ ଏନଏସଏରେ ମାମଲା ହେବ ବୋଲି ପୁଲିସ୍‌ କହିଛି।

Uttar Pradesh Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe