Advertisment

୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ

ବାଲେଶ୍ୱର ଏସ୍‌ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍‌ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।

Odisha

Odisha

Advertisment

ଦୀର୍ଘ ୨ ମାସ ହେଲା କରୁଥିଲେ ଉତ୍ପାତ। ଯେଉଁଠି ଇଚ୍ଛା ସେଠି କରୁଥିଲେ ଲୁଟ। ପୁଲିସ୍‌ ଆଖିରେ ଧୂଳି ଦେଇ ସୁନା ଗହଣା ଠାରୁ ଟଙ୍କା ନେଇ ଯାଉଥିଲେ। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଉକ୍ତ ଲୁଟେରା ଗ୍ୟାଙ୍ଗର ସବୁ ଖେଳରେ ପୂର୍ଣ୍ଣଚ୍ଛେଦ ଟାଣିଛି ପୁଲିସ୍‌।

Advertisment

ବାଲେଶ୍ୱର ଜିଲ୍ଲା ସୋରରେ ୨ ମାସ ହେଲା ଲୁଟର ଆତଙ୍କରାଜ ଖେଳାଇଥିବା ୬ ଜଣଙ୍କୁ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି। ଗିରଫ ସମସ୍ତ ୬ ଲୁଟେରା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର। ସେମାନଙ୍କ ମଧ୍ୟରୁ ୪ ଜଣ ସୁନା ବ୍ୟବସାୟୀ। ଏମାନେ ୨ ମାସ ମଧ୍ୟରେ ସୋରର ୫ଟି ସ୍ଥାନରୁ ଚୋରି କରିଥିଲେ। ସେମାନଙ୍କ ନିକଟରୁ ୯୦ ଗ୍ରାମ ସୁନା ସହ ୬୬୫ ଗ୍ରାମ ରୁପା ଓ ନଗଦ ୨୦ ହଜାର ଟଙ୍କା ଜବତ ହୋଇଛି।

ବାଲେଶ୍ୱର ଏସ୍‌ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍‌ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି। ୯୦ ଗ୍ରାମ ସୁନା ଅଳଙ୍କାର, ୬୬୫ ଗ୍ରାମ ରୁପା ଅଳଙ୍କାର, ୨ଟି ବାଇକ ଓ ନଗଦ ୨୦ ହଜାର ୪ ଶହ ଟଙ୍କା ସେମାନଙ୍କ ନିକଟରୁ ଜବତ କରାଯାଇଛି। ଗିରଫ ୬ ଜଣଙ୍କ ନାଁରେ ସୋର ଥାନାରେ ୫ଟି ମାମଲା ରୁଜୁ କରାଯାଇଥିଲା।

Advertisment
Odisha Police Loot Police Bhadrak Soro
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe