Advertisment

ହୋଟେଲ ଭିତରେ ପଶି ଅନ୍ତଃଧର୍ମ ଦମ୍ପତିଙ୍କୁ ପିଟିଲେ ଦୁର୍ବୃତ୍ତ, ୨ ଗିରଫ

ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Hottel Attack

Hottel Attack

ହୋଟଲ ଭିତରେ ପଶି ଦମ୍ପତିଙ୍କୁ ପିଟିଲେ ଦୁର୍ବୃତ୍ତ। ଏକ ହୋଟେଲ ରୁମ୍‌ ଭିତରକୁ ଜୋର ଜବରଦସ୍ତ ୬ରୁ ୭ ଦୁର୍ବୃତ୍ତ ପଶି ଆସି ଅନ୍ତଃଧର୍ମ ଦମ୍ପତ୍ତିଙ୍କୁ ମାଡ଼ ମାରିଛନ୍ତି। କେବଳ ମାଡ଼ ମାରିନାହାନ୍ତି ତଳେ ପକାଇ ଘୋଷାଡ଼ିବା ସହ ଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କର୍ଣ୍ଣାଟକରୁ ଆସିଛି ଏଭଳି କିଛି ଚକିତ କଲା ଭଳି ଘଟଣା। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ସୂଚନା ମୁତାବକ, ଜାନୁଆରୀ ୭ ତାରିଖରେ ଏହି ଘଟଣା ଘଟିଥିଲା। କର୍ଣ୍ଣାଟକର ଏକ ହୋଟେଲରେ ଭିନ୍ନ ଭିନ୍ନ ଧର୍ମର ହଳେ ଦମ୍ପତି ଏକାଠି ରହିଥିଲେ। ଏହାକୁ ବିରୋଧ କରି କିଛି ଦୁର୍ବୃତ୍ତ ତାଙ୍କ ହୋଟେଲ ରୁମ୍‌ ଭିତରକୁ ଜୋର ଜବରଦସ୍ତି ପଶି ଆସି ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହି ଆକ୍ରମଣ ବେଳର ଭିଡିଓକୁ ଦୁର୍ବୃତ୍ତମାନେ ଖୋଦ୍‌ ଫୋନ୍‌ରେ ରେକର୍ଡିଂ କରିଥିଲେ।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ କର୍ଣ୍ଣାଟକ ହାଭେରୀ ଜିଲ୍ଲାର ହାନାଗଲ ତାଲୁକାରେ ଥିବା ଏକ ଲଜ୍‌ ରୁମ୍‌ କୋଠରୀ ବାହାରେ ୬ରୁ ୭ ଜଣ ଠିଆ ହୋଇଛନ୍ତି। ରୁମ୍ ନମ୍ବର ରେକର୍ଡ କରିବା ପରେ ସେ କବାଟ ବାଡ଼ଉଛନ୍ତି। ଜଣେ ପୁରୁଷ କୋଠରୀର କବାଟ ଖୋଲିବା ମାତ୍ରେ ସେମାନେ ରୁମ୍‌ ଭିତରକୁ ଜବରଦସ୍ତି ପଶି ଯାଉଛନ୍ତି। ଏହାପରେ ବୁର୍ଖା ପିନ୍ଧି ମୁହଁ ଲୁଚାଇବାକୁ ଚେଷ୍ଟା କରୁଥିବା ମହିଳାଙ୍କ ଆଡ଼କୁ ସିଧାସଳଖ ଆଗଉଛନ୍ତି।

Advertisment

ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରୁଛନ୍ତି। କେବଳ ସେତିକି ନୁହେଁ ରୁମ୍‌ ଭିତରେ ଥିବା ଜଣେ ପୁରୁଷଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ତାଙ୍କୁ ତଳେ ପକାଇ ଘୋଷାଡ଼ି ନେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଏହି ଆକ୍ରମଣ ପରେ ଦମ୍ପତି ପୁଲିସରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ସହ ଦୁର୍ବୃତ୍ତମାନେ ଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖୋଦ୍ ପୀଡ଼ିତା ମହିଳା ଜଣକ ଏହି ଅଭିଯୋଗ ଆଣିଛନ୍ତି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଦମ୍ପତ୍ତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ନେଇ ମାମଲା ରୁଜୁ ହୋଇଛି। ଫେରାର ଅନ୍ୟ ୪ ଦୁର୍ବୃତ୍ତଙ୍କ ପୁଲିସ ସନ୍ଧାନ ଜାରି ରଖିଛି।

Karnataka Crime Karnatak Hotel Attack