Advertisment

ସହକାରୀ ଯନ୍ତ୍ରୀଙ୍କ ‘କୋଠା ସଉକ’; ଜାଣନ୍ତୁ, କେତୋଟି ବହୁତଳ କୋଠା ଠାବ କଲା ଭିଜିଲାନ୍ସ

ଗୋଟିଏ କୋଠାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରହିଛି।

Asst Eng Prasanna Swain

Asst Eng Prasanna Swain

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ୬ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୨ଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଆଉ ୨ଟି ୨ ମହଲା ବିଶିଷ୍ଟ କୋଠା। ଏହା ବ୍ୟତୀତ ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି।

Advertisment

ବ୍ରହ୍ମପୁରର ତୁଳସୀ ନଗରରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କର ଏକ ୪ ମହଲା କୋଠା ଅଛି। ୯ ହଜାର ବର୍ଗଫୁଟ୍‌ରେ ନିର୍ମିତ ଏହି କୋଠାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ।

ଭଞ୍ଜନଗରର ବାଗ୍‌ଦେବୀ ରୋଡ୍‌ରେ ତାଙ୍କର ଆଉ ଏକ ୪ ମହଲା କୋଠା ଅଛି। ୬ ହଜାର ବର୍ଗଫୁଟ୍‌ରେ ତିଆରି ହୋଇଛି ଏହି ୪ ମହଲା କୋଠା। ସେହି ବାଗ୍‌ଦେବୀ ରୋଡ୍‌ରେ ଇଞ୍ଜିନିୟର ଶ୍ରୀ ସ୍ୱାଇଁଙ୍କର ଏକ ୩ ମହଲା କୋଠା ମଧ୍ୟ ଅଛି। ୩୦୦୦ ବର୍ଗଫୁଟରେ ତିଆରି ହୋଇଛି ଏହି କୋଠା।

Advertisment

ସେହିଭଳି ଭଞ୍ଜନରରେ ତାଙ୍କର ଆଉ ଏକ ତିନି ମହଲା କୋଠା ଅଛି, ଯାହା ୨୫୦୦ ବର୍ଗଫୁଟରେ ନିର୍ମିତ ହୋଇଛି। ଭଞ୍ଜନଗରର ଲୁଡୁଲୁଡିରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି, ଯାହା ତାଙ୍କର ପୈତୃକ ଘର। ଏହା ବ୍ୟତୀତ ବ୍ରହ୍ମପୁରରେ ତାଙ୍କର ଗୋଟିଏ ପ୍ଲଟ ଥିବା ବେଳେ ଭଞ୍ଜନଗର ଆଖପାଖରେ ୪ଟି ପ୍ଲଟ ଅଛି।

ସହକାରୀ ଯନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କର ଏହି ସବୁ ଘର ଓ ପ୍ଲଟଗୁଡ଼ିକର ମାପଚୁପ ଏବଂ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍। ତେଣୁ ପରେ ଏଗୁଡ଼ିକର ପ୍ରକୃତ ମୂଲ୍ୟ ଜଣାପଡ଼ିବ। ତାଙ୍କର ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ନିବେଶ ନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଚାଲିଛି। ତାଙ୍କର ୨ଟି ଦୁଇ ଚକିଆ ଯାନ ଅଛି।

ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଆଗକୁ ଇଞ୍ଜିନିୟର ଶ୍ରୀ ସ୍ୱାଇଁଙ୍କର ଆହୁରି ସଂପତ୍ତି ସାମ୍ନାକୁ ଆସିବ ବୋଲି କୁହାଯାଉଛି। ୭ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସପେକ୍ଟର/ଏଏସ୍‌ଆଇ ଓ ଅନ୍ୟ ସପୋର୍ଟ ଷ୍ଟାଫ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe