Advertisment

୧୦ ଲକ୍ଷ ଟଙ୍କା ପାଇଁ ଅପହରଣ କରାଯାଇଥିଲା, କିନ୍ତୁ ପରିତ୍ୟକ୍ତ ପଡ଼ିଆରୁ ନାବାଳିକା ଉଦ୍ଧାର

ପରିବାର ଲୋକ ଓ ପୁଲିସ୍‌ ନାବାଳିକାଙ୍କୁ ଖୋଜୁ ଥିବା ବେଳେ ଅପହରଣର ପ୍ରାୟ ୨୧ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି।

author-image
Hemant Lenka
Kerala

Kerala

କେରଳର ପୋୟାପ୍ପାଲୀରୁ ଅପହରଣ ହୋଇଥିବା ନାବାଳିକା ଶେଷରେ ଉଦ୍ଧାର ହୋଇଛି। ପ୍ରାୟ ୨୧ ଘଣ୍ଟା ତଳେ ୬ ବର୍ଷର ଝିଅକୁ କିଛି ଲୋକ ଅପହରଣ କରି ନେଇଥିଲେ। ଏଥିସହ ତାଙ୍କୁ ଛାଡ଼ିବା ପାଇଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ।

Advertisment

ପରିବାର ଲୋକ ଓ ପୁଲିସ୍‌ ନାବାଳିକାଙ୍କୁ ଖୋଜୁ ଥିବା ବେଳେ ଅପହରଣର ପ୍ରାୟ ୨୧ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଗୋଟିଏ ପରିତ୍ୟକ୍ତ ପଡ଼ିଆରେ ଶିଶୁକନ୍ୟାଟି ବସିଥିବା ବେଳେ ମଙ୍ଗଳବାର ଅପରାହ୍ନରେ ତାଙ୍କୁ ଠାବ କରାଯାଇଛି। ସେ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି।

ଏହି ଭଲ ଖବରକୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ ନିଶ୍ଚିତ କରିଛି। ସେହିପରି ଉଦ୍ଧାର ପରେ ନାବାଳିକାଙ୍କୁ ହସ୍ପିଟାଲରେ ବିଭିନ୍ନ ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ୍‌ କହିଛି ଯେ କୋଲାମର ଆଶ୍ରମ ଗ୍ରାଉଣ୍ଡରୁ ପିଲାଟିକୁ ଉଦ୍ଧାର କରାଯାଇଛି। ସେ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି।

Advertisment

ଅପହରଣ ଘଟଣାକୁ ନେଇ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ପୁଲିସ୍‌ ତଦନ୍ତ ଉପରେ ଭରସା ରଖିବାକୁ କହିଥିବା ବେଳେ ଯୁବ କଂଗ୍ରେସ ପକ୍ଷରୁ ପୋୟାପ୍ପାଲୀ ପୁଲିସ୍‌ ଷ୍ଟେସନ ବାହାରେ ନିରବ ପ୍ରାର୍ଥନା କରାଯାଇଥିଲା।

ଦିନକ ତଳେ ନାବାଳିକା ଜଣଙ୍କ ତାଙ୍କ ୮ ବର୍ଷର ଭାଇ ସହ ଟ୍ୟୁସନ ଯାଉଥିଲେ। ଏହି ସମୟରେ ଜଣେ ମହିଳାଙ୍କ ସମେତ ୪ ଜଣ ଗୋଟିଏ ଧଳା କାରରେ ସେମାନଙ୍କ ପହଞ୍ଚିଥିଲେ। ଏହାପରେ ନାବାଳିକାଙ୍କୁ କାରରେ ବସାଇ ନେଇ ଯାଇଥିଲେ। ୮ ବର୍ଷର ପୁଅ ଅପହରଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ତାଙ୍କୁ ଧକ୍କା ମାରି ରାସ୍ତା କଡ଼କୁ ପକାଇ ଦେଇଥିଲେ। ଏଥିଯୋଗୁ ପିଲାଟିର ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ସୋମାବାର ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ପୂରା ଘଟଣା ଘଟିଥିଲା।

ଅପହରଣର କିଛି ସମୟ ପରେ ଅପହରଣକାରୀଙ୍କ ମଧ୍ୟରୁ ୨ ଜଣ ନାବାଳିକାଙ୍କ ଘରକୁ ଫୋନ କରିଥିଲେ। ଏଥିସହ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ମୁଣ୍ଡ ଜାମିନ ପାଇଁ ସେମାନେ ମାଗୁଥିବା କଥାବାର୍ତ୍ତାର ଅଡିଓ ରେକର୍ଡିଂ ମଧ୍ୟ ସ୍ଥାନୀୟ ଗଣମାଧ୍ୟମରେ ଭାଇରାଲ ହୋଇଥିଲେ। 

ସେମାନେ ଟଙ୍କା ମାଗିବା ବେଳେ ପୁଲିସ୍‌କୁ ସୂଚନା ନ ଦେବାକୁ ଧମକ ଦେଇଥିଲେ। ହେଲେ ପରିବାର ଲୋକ ପୁଲିସ୍‌କୁ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ୍‌ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲା। ବିଶେଷ କରି ଧଳା ରଙ୍ଗା କାରକୁ ପୁଲିସ୍‌ ତନତନ କରି ଯାଞ୍ଚ କରିଥିଲା। ଏସବୁ ଭିତରେ ନାବାଳିକା ଜଣଙ୍କୁ ପରିତ୍ୟକ୍ତ ଆଶ୍ରମ ପଡ଼ିଆରୁ ଉଦ୍ଧାର କରାଯାଇଛି।

Kerala Kidnaping