Advertisment

୬ ବର୍ଷର ଝିଅକୁ ଦୁଷ୍କର୍ମ; ଧରା ପଡ଼ିଯିବା ଭୟରେ ତଣ୍ଟି ଚିପି ମାରିଦେଲା ପଡ଼ୋଶୀ

ଚକୋଲେଟ ଦେବା ବାହାନାରେ ଶିଶୁକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା। ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ।

Minor Girl Raped and Murdered (Representational Image)

Minor Girl Raped and Murdered (Representational Image)

Advertisment

ଯୌନ ଲାଳସା ମେଣ୍ଟାଇବାକୁ ଯାଇ ପିଶାଚ ପାଲଟିଲା ପଡ଼ୋଶୀ। ୬ ବର୍ଷର ନିଷ୍ପାପ ଶିଶୁକୁ ଦୁଷ୍କର୍ମ କରିବା ପରେ ଗଳା ଚିପି ହତ୍ୟା କରିଛି ଯୌନ ରାକ୍ଷସ। ଏଭଳି ଅମାନବୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ମନସୁରପୁର ଥାନା ଅଞ୍ଚଳରେ। ତେବେ ଅଭିଯୁକ୍ତ ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଧରିବାରେ ସକ୍ଷମ ହୋଇଛି ପୁଲିସ।

Advertisment

ମୃତ ଶିଶୁର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ୪୦ ବର୍ଷୀୟ ଅଭିଯୁକ୍ତ ମନବୀର ଶିଶୁଟିକୁ ଚକୋଲେଟ ଦେବା ବାହାନାରେ ତା' ଘରକୁ ଡାକି ନେଇଥିଲା। ଛୋଟ ଛୁଆ ଚକୋଲେଟ ଲୋଭରେ ତା' ସହ ଚାଲିଯାଇଥିଲା। ସେଠାରେ ଶିଶୁକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ମନବୀର। ଯେତେବେଳେ ଛୁଆଟି କାନ୍ଦିଥିଲା, ସେ ଧରା ପଡ଼ିଯିବା ଭୟରେ ଛୁଆର ତଣ୍ଟି ଚିପି ହତ୍ଯା କରିଦେଇଥିଲା ବୋଲି ସର୍କଲ ଅଫିସର ରାମାଶିଷ ଯାଦବ କହିଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଯେ, ଏନେଇ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ମନବୀରକୁ ଖୋଜିବାକୁ ଏକ ସର୍ଚ୍ ଅପରେସନ୍ ଆରମ୍ଭ ହୋଇଥିଲା। ସେ ଖସି ପଳାଉଥିବାବେଳେ ପୁଲିସ ତା' ଉପରକୁ ଗୁଳି ଚଳାଇଥିଲା। ସେ ଆହତ ହେବା ପରେ ପୁଲିସ ତାକୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଛି। ମୃତ ଶିଶୁର ପରିବାର ଆସାମର ମୂଳ ବାସିନ୍ଦା ହୋଇଥିବାବେଳେ ଏଠାରେ ଏକ କାରଖାନାରେ କାମ କରୁଥିବା ପୁଲିସ ସୂଚନା ଦେଇଛି।

Advertisment
Uttar Pradesh Rape Case Minor Girl Rape Case Minor Girl Raped And Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe