Advertisment

୯ ବର୍ଷର ନାବାଳକ ଫୁଟାଇଲା ଗୁଳି; ଟଳି ପଡ଼ିଲା ୬ ବର୍ଷର ନାବାଳକ

ବନ୍ଧୁକଟି ଜଣେ ୯ ବର୍ଷର ନାବାଳକ ଧରିଥିବା ବେଳେ ଗୁଳିଟି ଜଣେ ୬ ବର୍ଷ ନାବାଳକ ମୁଣ୍ଡରେ ବାଜିଲା।

Firing

Firing

Advertisment

ଖେଳୁ ଖେଳୁ ହାତରେ ପଡ଼ିଗଲା ବନ୍ଧୁକ । ଆଉ ହାତ ବାଜୁ ବାଜୁ ଫୁଟିଗଲା ଗୁଳି। ବନ୍ଧୁକଟି ଜଣେ ୯ ବର୍ଷର ନାବାଳକ ଧରିଥିବା ବେଳେ ଗୁଳିଟି ଜଣେ ୬ ବର୍ଷ ନାବାଳକ ମୁଣ୍ଡରେ ବାଜିଲା। ଫଳରେ ଘଟଣାସ୍ଥଳରେ ହିଁ ପିଲାଟି ଟଳି ପଡ଼ିଲା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରର ‍ଫ୍ଲୋରିଡ଼ାରେ ଘଟିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଉଭୟ ନାବାଳକ ଘରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଉପସ୍ଥିତିରେ ଖେଳୁଥିଲେ। ମାତ୍ର ତାହା ମଧ୍ୟରେ ୯ ବର୍ଷ ନାବାଳକର ହାତରେ ଘରେ ଥିବା ବନ୍ଧୁକଟି ପଡ଼ି ଯାଇଥିଲା। ଏହାପରେ ସେ ତାହାକୁ ଫୁଟାଇ ଦେଇଥିବା ବେଳେ ସେଥିରୁ ଗୋଟିଏ ଗୁଳି ବାହାରିଥିଲା। ଉକ୍ତ ଗୁଳିଟି ୬ ବର୍ଷର ନାବାଳକଙ୍କ ମୁଣ୍ଡରେ ବାଜି ଯାଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଟଳି ପଡ଼ିଥିଲେ। ଘରେ ଥିବା ବୟସ୍କ ବ୍ୟକ୍ତିଜଣକ ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ତୁରନ୍ତ ପିଲାଟିକୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ପୁଲିସ୍‌ ଗୁଳି ଚଳାଇଥିବା ନାବାଳକଙ୍କ ପିତାମାତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ତଦନ୍ତରୁ ୯ ବର୍ଷୀୟ ନାବାଳକ କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟ ନେଇ ଏହି ଗୁଳି ଫୁଟାଇ ନ ଥିବା ଜଣାଯାଇଛି। ଉଭୟ ଖେଳୁ ଖେଳୁ ଏପରି ଏକ କାଣ୍ଡ ଘଟି ଯାଇଥିବା ବେଳେ ଏ ନେଇ କୌଣସି ମାମଲା ରୁଜୁ ହୋଇନି ।

Deadbody Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe