ରେଲୱେ ଷ୍ଟେସନରୁ ୬୦ କେଜି ରୁପା ଜବତ; ଜଣେ ଅଟକ

ରାଉରକେଲାରୁ ରାଞ୍ଚି ଏତେ ପରିମାଣର ରୁପା ଯାଉଥିଲା ବୋଲି ସୂଚନା ମଳିଛି। 

ଜବତ ହୋଇଥିବା ରୁପା

  • Published: Thursday, 05 December 2024
  • , Updated: 05 December 2024, 11:15 AM IST

ରାଉରକେଲା ରେଳ ଷ୍ଟେସନରୁ ଜବତ ହେଲା ୬୦ କେଜି ରୁପା ଅଳଙ୍କାର। ଏହି ଘଟଣାରେ  ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। 

ଚନ୍ଦନ ବିପୁଳ ପରିମାଣରେ ରୁପା ଅଳଙ୍କାର ନେଇ ଯାଉଥିବା ଜିଆରପି କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ରାଉରକେଲା ରେଳ ଷ୍ଟେସନରୁ ଚନ୍ଦନଙ୍କୁ ଅଟକାଇ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲା। ବ୍ୟାଗରୁ ୫୧ କେଜି ଅଳଙ୍କାର ଓ ୧୦ ଖଣ୍ଡ ଇଟା ଜବତ କରାଯାଇଥିଲା।  

ପରେ ଜିଆରପି ରାଉରକେଲା GST ବିଭାଗକୁ ଜଣାଇଥିଲା।  GSTର କର୍ମଚାରୀ ଚନ୍ଦନଙ୍କୁ ଅଟକ ରଖି ଜବତ ରୁପା ବିଷୟରେ ପଚରାଉଚରା କରୁଛନ୍ତି। ଏତେ ପରିମାଣର ରୁପା କାହିଁକି ନେଉଥିଲେ, କାହାକୁ ଦେବା ପାଇଁ ନେଉଥିଲେ, ସେ ନେଇ ଅଧିକ ତଦନ୍ତ କରୁଛି ଜିଏସଟି ବିଭାଗ। ଅନ୍ୟପକ୍ଷରେ ରାଉରକେଲାରୁ ରାଞ୍ଚି ଏତେ ପରିମାଣର ରୁପା ଯାଉଥିଲା ବୋଲି ସୂଚନା ମଳିଛି। 

 

Related story